ଭୁବନେଶ୍ୱର,୨୮।୨(ବ୍ୟୁରୋ): ବରିଷ୍ଠ ଆଇଏଏସ୍ ଅଫିସର ନିକୁଞ୍ଜ ବିହାରୀ ଧଳଙ୍କୁ ଓଡ଼ିଶାର ନୂତନ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍ଆର୍ସି) ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ଏନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ତେବେ ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଭାବେ ନୂଆ ନିଯୁକ୍ତି ପାଇବା ପରେ ନିକୁଞ୍ଜଙ୍କୁ ଏସ୍ଆର୍ସି ଦାୟିତ୍ୱ ଦିଆଯାଇଛି।
ଆଇଏଏସ୍ ଅଫିସର ନିକୁଞ୍ଜ ଏବେ ଶକ୍ତି ଓ ଅବକାରୀ ବିଭାଗ ସଚିବ ଅଛନ୍ତି। ଏଥିସହିତ ସେ ଗ୍ରୀଡକୋ ଓ ଓଡ଼ିଶା ଷ୍ଟେଟ ବେଭେରେଜ୍ କର୍ପୋରେସନ୍ର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ଏବେ ନୂତନ ଦାୟିତ୍ୱ ମିଳିଥିଲେ ହେଁ ସେ ପୂର୍ବରୁ ତାଙ୍କ ପାଖରେ ଥିବା ସମସ୍ତ ଦାୟିତ୍ୱ ତୁଲାଇବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।