ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ ମହାପ୍ରଭୁ

ପୁରୀ ଅଫିସ,୨୩।୭: ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ନୀତି ସମ୍ପନ୍ନ ହୋଇଛି। ଏଥିସହ ଘୋଷଯାତ୍ରାର ଅନ୍ତିମ ପର୍ବ ସରିଛି। ଶୁକ୍ରବାର ତିନିଠାକୁର ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନବେଦିକୁ ବିଜେ କରିଛନ୍ତି। ନୀଳକନ୍ଦରକୁ ବାହୁଡ଼ା ବେଳେ ସିଂହଦ୍ୱାର ଓ ଜୟବିଜୟ ଦ୍ୱାର ନିକଟରେ କାଳିଆ ଠାକୁରଙ୍କୁ ଅଭିମାନିନୀ ମା’ ଲକ୍ଷ୍ମୀ ଠାକୁରାଣୀ ଅଟକାଇଥିଲେ। କାଳିଆ ଠାକୁର ରସଗୋଲା ଦେଇ ତାଙ୍କ ମାନ ଭଞ୍ଜନ କରିଥିଲେ।
ରଥାରୂଢ଼ ଦିଅଁଙ୍କ ସକାଳ ଧୂପ ନୀତି ପୂର୍ବାହ୍ନ ୧୦ଟା ୧୦ରେ ସମ୍ପାଦିତ ହୋଇଥିଲା। ମଇଲମ ଓ ମହାସ୍ନାନ ୧୦ରୁ ୧୦ଟା ୧୫, ସର୍ବାଙ୍ଗ ବେଶ ୧୦ଟା ୫ରୁ ୧୦ଟା ୪୫, ମଧ୍ୟାହ୍ନ ଧୂପ ୧୧ଟାରୁ ୧୧ଟା ୫୦, ସନ୍ଧ୍ୟା ଆଳତି ୧୧ଟା ୪୦ରୁ ୧୨ଟା ୫ ଏବଂ ଅପରାହ୍ନ ୧ଟାରେ ସନ୍ଧ୍ୟାଧୂପ ସରିଥିଲା। ଏହାପରେ ଚାରବନ୍ଧା କାର୍ଯ୍ୟ ୧ଟା ୫ରେ ଆରମ୍ଭ ହୋଇ ୩ଟା ୫୦ରେ ଶେଷ ହୋଇଥିଲା। ଧୂପ ଶେଷ ପରେ କାହାଳୀ ଓ ଘଣ୍ଟନାଦରେ ପହଣ୍ଡି ଆରମ୍ଭ ହୋଇଥିଲା।

Share