ନୀଳମାଧବ ବିକାଶ ପ୍ରକଳ୍ପ ୨ୟ ପର୍ଯ୍ୟାୟ କାମ ଆରମ୍ଭ ହେବ

ଖଣ୍ଡପଡ଼ା,୨୨ା୧୦(ଅଜୟ କୁମାର ମହାରଣା)ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ କଣ୍ଟିଲୋ ନୀଳମାଧବ କ୍ଷେତ୍ର ବିକାଶ ପ୍ରକଳ୍ପ ପାଇଁ ଅର୍ଥ ବ୍ୟୟ ବରାଦ ହୋଇ କାର୍ଯ୍ୟ ଚାଲୁ ରହିଛି। ନିର୍ଦ୍ଧାରିତ ୧୮ ମାସ ମଧ୍ୟରେ କାର୍ଯ୍ୟ ସମ୍ପନ୍ନ ହେବାର ଘୋଷଣା କରାଯାଇଥିବା ବେଳେ ଇତି ମଧ୍ୟରେ ୧୭ ମାସ ବିତିଗଲାଣି। ବିଭିନ୍ନ କାରଣ ଯୋଗୁ କାର୍ଯ୍ୟରେ ବିଳମ୍ବ ପରିଲକ୍ଷିତ ହେଉଥିବା ପ୍ରଶାସନିକ ସୁତ୍ରରୁ ଜଣାପଡିଛି। ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଟଙ୍କା ବ୍ୟୟରେ ନୀଳମାଧବ ମନ୍ଦିର ସହ ଜଡିତ ଚନ୍ଦନ ପୋଖରୀ, ଦୟଣାଚୋରୀ ବଗିଚା, ମନ୍ଦିର ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ପାର୍ଶ୍ୱ ପାବଚ୍ଛ କାର୍ଯ୍ୟ ସହ ମନ୍ଦିର ପରିସର କାର୍ଯ୍ୟ ଚାଲୁ ରହିଛି। ଅପରପକ୍ଷେ ନୀଳମାଧବ ମନ୍ଦିରକୁ ସଂଯୋଗ କରୁଥିବା ମହାନଦୀ ଦକ୍ଷିଣ ପାର୍ଶ୍ୱ ମାଳବନ୍ଧର ନବୀକରଣ ପାଇଁ ୨୬.୬୩ କୋଟି ଟଙ୍କାର ଅର୍ଥ ବ୍ୟୟ ବରାଦ ହୋଇଛି। ଏହି ଅର୍ଥରେ ଜଳ ସମ୍ପଦ ବିଭାଗର ୩ କିଲୋ ମିଟର ଲମ୍ବ ବିଶିଷ୍ଟ ମହାନଦୀ କୂଳରେ ଥିବା ମାଳବନ୍ଧକୁ ସୁଦୃଢ କରାଯିବା ପାଇଁ ବ୍ୟବସ୍ଥା ରହିଛି। ଜଳ ସମ୍ପଦ ବିଭାଗର ପ୍ରଥମ ପର୍ଯ୍ୟାୟରେ କଣ୍ଟିଲୋ ଯାତ୍ରାପଦା ବଜାରଠାରୁ ନୀଳମାଧବ ପଶ୍ଚିମ ପାର୍ଶ୍ୱ ପର୍ଯ୍ୟନ୍ତ ୩୪୦ ମିଟର ମାଳବନ୍ଧକୁ ୧୨ ମିଟର ଓସାର ବିଶିଷ୍ଟ କଂକ୍ରିଟ ରାସ୍ତା ନିର୍ମାଣ କରାଯିବ। ଏହାଛଡା ବାପୁଜୀ ପାର୍କ ନିକଟ ମହାନଦୀ ଦକ୍ଷିଣ ପାର୍ଶ୍ୱ ମାଳବନ୍ଧଠାରୁ କଣ୍ଟିଲୋ ଯାତ୍ରାପଦା ମାଛ ମାର୍କେଟ ପର୍ଯ୍ୟନ୍ତ ୫୫୦ ମିଟର ମାଳବନ୍ଧକୁ ୭ ମିଟର ଓସାରର ପିଚୁ ରାସ୍ତା ନିର୍ମାଣ କରାଯିବାର ବ୍ୟବସ୍ଥା କରାଯାଇଥିବା ବିଭାଗୀୟ ସହକାରୀ ଯନ୍ତ୍ରୀ ରାମ ମୋହନ ବେହେରାଙ୍କଠାରୁ ପ୍ରକାଶ। ତେବେ ପ୍ରଥମ ପର୍ଯ୍ୟାରେ ଯାତ୍ରାପଦା ବଜାରଠାରୁ ମନ୍ଦିର ପଶ୍ଚିମ ପାର୍ଶ୍ୱ ମାଳବନ୍ଧର ନବୀକରଣ ସହ କଂକ୍ରିଟ ରାସ୍ତା ପାଇଁ ୧୮ କୋଟି ଟଙ୍କା ବ୍ୟୟ ଅଟକଳରେ ଟେଣ୍ଡର ପ୍ରକ୍ରିୟା ଗତ ଜୁଲାଇ ୪ରେ ସଂପନ୍ନ ହୋଇଥିଲା। ତେବେ ଗତ କିଛି ଦିନ ପୂର୍ବରୁ ସଂପୃକ୍ତ କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ହୋଇଥିବା ବେଳେ ନିଆଳି ଅଞ୍ଚଳର ଜଣେ ଠିକାଦାର ଏହି କାର୍ଯ୍ୟ ଏଗ୍ରିମେଣ୍ଟି ପରେ ସମ୍ପାଦନ କରିବେ ବୋଲି କଣ୍ଟିଲୋ ଜଳ ସଂପଦ ସହକାରୀଯନ୍ତ୍ରୀ ରାମ ମୋହନ ବେହେରା ସୂଚନା ଦେଇଛନ୍ତି। ତେବେ ଆସନ୍ତା ମାସରେ ଏହି କାର୍ଯ୍ୟ ଆରମ୍ଭ ହେବ। ୨ୟ ପର୍ଯ୍ୟାୟରେ ବାପୁଜୀ ନଗର ନିକଟ ମାଳବନ୍ଧଠାରୁ ମାଛ ମାର୍କେଟ ପର୍ଯ୍ୟନ୍ତ ମାଳବନ୍ଧ ନବୀକରଣ ତଥା ପିଚୁ ରାସ୍ତା ପାଇଁ ଅଟକଳ କରାଯାଇଥିବା ୮ କୋଟି ଟଙ୍କାର କାର୍ଯ୍ୟ ଆଗାମୀ ଦିନରେ ଟେଣ୍ଡର ପ୍ରକ୍ରିୟା ଶେଷ ହେବ ବୋଲି ବେହେରା ସୂଚନା ଦେଇଛନ୍ତି। ଏହି ମାଳବନ୍ଧ ପର୍ଯ୍ୟଟନ କେନ୍ଦ୍ର କଣ୍ଟିଲୋ ସମେତ ଆଖପାଖ ଅଞ୍ଚଳ ଓ ନୀଳମାଧବ ମନ୍ଦିର ପାହାଡ଼ର ସୁରକ୍ଷା ପ୍ରାଚୀର ଭାବେ କାର୍ଯ୍ୟ କରିବ ବୋଲି ଜଣାପଡିଛି। ଏହାଛଡା ମନ୍ଦିର ପଶ୍ଚିମ ଦ୍ୱାର ଠାରୁ ମହାନଦୀ କୂଳେ ତଥା ମନ୍ଦିର ପାହାଡ଼ ପାର୍ଶ୍ୱ ମଧ୍ୟ ଦେଇ ଉତ୍ତର ଦ୍ୱାର ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ଚିତ ବିନୋଦନ ପାଇଁ ମହାନଦୀ ଅଥଳ ଜଳରାଶୀ ଓ ବିସ୍ତୃତ ବାଲୁକା ଶଯ୍ୟା ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଆଧୁନିକ ଜ୍ଞାନ କୌଶଳରେ ୬ ମିଟର ଓସାରର ୨୬୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ପରିକ୍ରମା(ଗାଭିୟାନ) ରାସ୍ତା ନିର୍ମାଣ କରାଯିବ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଚୋରି ଅଭିଯୋଗରେ ୪ ଗିରଫ କରି କୋର୍ଟ ଚାଲାଣ କଲା ବିଜେପୁର ପୋଲିସ

ଲାଞ୍ଜିଗଡ,୧୧ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ସିନ୍ଧିଭଟା ଗ୍ରାମରୁ ଛେଳି ଚୋରି ଅଭିଯୋଗରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି...

ଲାଞ୍ଜିଗଡ଼ରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ

ଲାଞ୍ଜିଗଡ,୧୧ା୪ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବେନଗାଁ, ଲାଞ୍ଜିଗଡ ରୋଡ୍‌, ମଧୁପୁର ପିଏଚ୍‌ସିଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା...

ଲୁକ୍କାୟିତ ପ୍ରତିଭାର ବିକାଶକୁ ଗୁରୁତ୍ୱ

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):  ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ପିଲାଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ କରିବ। ଏହା ମାଧ୍ୟମରେ ପିଲାଙ୍କୁ ସହ ଶୈକ୍ଷିକ କାର୍ଯ୍ୟକ୍ରମରେ ନିୟୋଜିତ...

କୋଲକାତାର ମହାବିଜୟ, ୮ ଉଇକେଟରେ ହାରିଗଲା ଚେନ୍ନାଇ

ଚେନ୍ନାଇ, ୧୧।୪-ଅଧିନାୟକ ପରିବର୍ତ୍ତନ ହେଲେ ହେଁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳର ଭାଗ୍ୟ ପରିବର୍ତ୍ତନ ହୋଇନାହିଁ। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦଳ...

ଶୁଦ୍ଧକ୍ରିୟାକୁ ବିତିଥିଲା ୩୭ ବର୍ଷ:  ମା’ କୋଳକୁ  ଫେରିଲା ହଜିଲା ପୁଅ, କୋଳେଇନେଇ… 

ଦାରିଙ୍ଗବାଡ଼ି,୧୧।୪ (ଅରୁଣ ସାହୁ): ଶୁଦ୍ଧକ୍ରିୟାକୁ ୩୭ ବର୍ଷ ବିତିବା ପରେ ଜନ୍ମ ମାଟିକୁ ଫେରିଲେ ପୁଅ ଆଉ ପରିବାର ଗ୍ରାମବାସୀ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ। ଏଭଳି...

ବଜ୍ରପାତ, କୁଆପଥର ବର୍ଷାରେ ୬୧ ମୃତ

ପାଟନା,୧୧।୪: ବିହାରର ବିଭିନ୍ନ ଜିଲାରେ ଗତ ୪୮ ଘଣ୍ଟା ମଧ୍ୟରେ ବଜ୍ରପାତ ଏବଂ କୁଆପଥର ବର୍ଷାରେ ଅନୂ୍ୟନ ୬୧ ଜଣଙ୍କ ମୃତ୍ୟୁ ଘଟିଛି। ନାଳନ୍ଦା ଜିଲାରେ...

ଘଣ୍ଟ ବାଡେଇ ନିଖୋଜ ଯୁବକଙ୍କୁ ଖୋଜା ଚାଲିଛି, ଏତଲା ପରେ ତଦନ୍ତ ଆରମ୍ଭ କଲା ଭଞ୍ଜନଗର ପୋଲିସ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡପଥରା ଗ୍ରାମର ପଠାଣି ନାଇକ ଗତ ବୁଧବାରଠାରୁ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।...

The Bird Suicide Valley: ଦୁଷ୍ଟ ଆତ୍ମା ନା ଅନ୍ୟକିଛି, ଏଇ ଗାଁରେ ପକ୍ଷୀମାନେ ଯାଇ କରନ୍ତି ଆତ୍ମହତ୍ୟା

ଆସାମର ଜାଟିଙ୍ଗା ନାମକ ଏକ ଛୋଟ ଗାଁରେ ପ୍ରତିବର୍ଷ ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ଏକ ଅଜଣା ଘଟଣା ଘଟିଥାଏ। ଏହି ସମୟରେ ବିଭିନ୍ନ ପ୍ରଜାତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image