ପିଡି ଦାୟିତ୍ୱ ନେଲେ ନୀଳମାଧବ

ଛତ୍ରପୁର,୩ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ଭାବେ ନୀଳମାଧବ ଭୋଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ଆସିଥିଲେ। ସେ ୨୦୦୦ ବ୍ୟାଚ୍‌ର ଓଏଏସ୍‌ ଅଧିକାରୀ ଅଟନ୍ତି । ପ୍ରଥମେ ରାୟଗଡ଼ା ଜିଲା ବିଷମକଟକରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଅନୁଗୋଳ ଜିଲା ବଅଁରପାଳ ତହସିଲଦାର, କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ତହସିଲଦାର ଏବଂ ଗଞ୍ଜାମ ଜିଲାର ଛତ୍ରପୁରଠାରେ ତହସିଲଦାର ଓ ଛତ୍ରପୁର ଉପଜିଲାପାଳ ଭାବେ ଦାୟିତ୍ୱ ତୁଲାଇ ଆସିଥିଲେ। ଦାୟିତ୍ୱ ଗ୍ରହଣ କଲା ପରେ ଗଞ୍ଜାମ ଜିଲାପାଳଙ୍କ ତତ୍ୱାବଧାନରେ ସହରାଞ୍ଚଳରେ ସ୍ବଚ୍ଛ, ସୁନ୍ଦର ଓ ପରିଷ୍କାର ବାତାବରଣରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ଦିଗରେ ଅଧିକ ଗୁରୁତ୍ୱ ଦେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରୁ ଗଞ୍ଜେଇ ନେଇ ବ୍ରହ୍ମପୁର ଯାଉଥିଲେ ଅଭିଯୁକ୍ତ, ହାଜତ ପଠାଇଲା ଅବକାରୀ

ଦିଗପହଣ୍ଡି,୧୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଏସ୍‌ଆଇ ଅନୀତା ପ୍ରଧାନ ଗଜପତି ଜିଲା ମୋହନା ଥାନା କୀର୍ତ୍ତିଗି ଗ୍ରାମର ଜିତେନ୍ଦ୍ର ପାଇକଙ୍କୁ...

ଉତ୍ତରପ୍ରଦେଶର ୭୬ତମ ଜିଲାର ହେବ ନିଜସ୍ବ FM ଚ୍ୟାନେଲ, ଲଞ୍ଚ୍‌ କଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୧୦ା୧: ପ୍ରୟାଗରାଜ ଗସ୍ତର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ସର୍କିଟ ହାଉସରେ ମହାକୁମ୍ଭ ଅବସରରେ ପ୍ରସାର ଭାରତୀର ଏଫ୍‌ଏମ୍‌ ଚ୍ୟାନେଲ କୁମ୍ଭବାଣୀର ଶୁଭାରମ୍ଭ...

ଭୋଟ ଦେବାକୁ ଆସିଲେନି ସମିତି ସଭ୍ୟ କି ସରପଞ୍ଚ: ଫେରିଗଲେ ନିର୍ବାଚନ ଅଧିକାରୀ

ଝାରସୁଗୁଡା,୧୦।୧: ଝାରସୁଗୁଡା ଜିଲା କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥା ଭୋଟ ଆଜି ଅନୁଷ୍ଠିତବେଳେ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି। ସକାଳ ୧୦ଟାରେ ଅନାସ୍ଥା...

ବିବାହ ବିଚ୍ଛେଦ ମାମଲାକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ମାମଲା ବିଚାରାଧୀନ ଥିଲେ ଜଣେ ନେଇପାରିବେ…

କଟକ,୧୦ା୧: ବିବାହ ବିଚ୍ଛେଦ ମାମଲାରେ ହାଇକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି, ମାମଲା ବିଚାରାଧୀନ ଥିବାବେଳେ ଜଣେ ଏକପାଖିଆ ସମ୍ମତି...

ତେଲଙ୍ଗାନାରେ ମର୍ମନ୍ତୁଦ ବସ ଦୁର୍ଘଟଣା: ଚାଲିଗଲା ୪ ଓଡ଼ିଆଙ୍କ ଜୀବନ

ମାଲକାନଗିରି,୧୦।୧(ଦୁର୍ଯ୍ୟୋଧନ ପାତ୍ର): ତେଲଙ୍ଗାନାରେ ଏକ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଓଡ଼ିଆଙ୍କ ମୃତ୍ୟୁ ଘଟିଛି। ତେଲଙ୍ଗାନା ସୂର୍ଯ୍ୟାପେଟ-ଖମାମ ରାସ୍ତାରେ ଏହି...

ଆଜି କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥା ଭୋଟ

ଝାରସୁଗୁଡ଼ା,୧୦।୧(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ଜିଲା କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥା ଭୋଟ ଶୁକ୍ରବାର ହେବ। ଏହି ପରିପ୍ରେକ୍ଷୀରେ ଗୁରବାର ସକାଳେ ସମିତି ସଭ୍ୟ, ସରପଞ୍ଚ...

ନଦୀକୁ ଖସିଲା ଟୁରିଷ୍ଟ୍‌ ବସ: ଜଣେ ମୃତ, ୪ ଗୁରୁତର

ନୟାଗଡ,୧୦।୧: ନୟାଗଡ଼ ପୋଲିସ ଜିଲା ଚାନ୍ଦପୁର ଥାନା ଖଣ୍ଡିସ ପୋଲ ନିକଟରେ ସୁରକ୍ଷା ପ୍ରାଚୀର ଭାଙ୍ଗି ନଦୀ ଭିତରକୁ ଗୁରୁବାର ବିଳମ୍ବିତ ରାତିରେ ଟୁରିଷ୍ଟ ବସ...

ଅନାସ୍ଥା ଭୋଟ ପୂର୍ବରୁ ନବ ଦାସଙ୍କ ପୁଅ ବିଶାଲଙ୍କୁ ଅଟକ ରଖିଲା ପୋଲିସ

ଝାରସୁଗଡା,୧୦।୧: ଛତିଶଗଡ଼ରେ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଅଟକ ରଖାଯାଇଛି। ଛତିଶଗଡ଼ ମହାସମୁଦ ଜିଲା ସରେଇପାଲି ଥାନାରେ ସେ ଅଟକ ରହିଛନ୍ତି। ବିଶାଲଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri