ନୀଳନୟନାଙ୍କ ଡାକ ନାମ ଜାଣିଲେ…

ସମସ୍ତଙ୍କର ଏକ ଭଲ ନାଁ ସହିତ ଡାକ ନାଁ ରହିଛି । ସେ ସାଧାରଣ ଲୋକ ହୁଅନ୍ତୁ ବା କୌଣସି ସେଲିବ୍ରିଟି। ସମସ୍ତଙ୍କର ପ୍ରିୟଜନ ତାଙ୍କୁ କୌଣସି ନା କୌଣସି ନାମରେ ଡାକନ୍ତି। ଆଜି ଆମେ ଆପଣଙ୍କୁ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ
ଡାକ ନାମ ବିଷୟରେ କହିବୁ, ତାଙ୍କୁ ତାଙ୍କ ଘରେ ଶ୍ରଦ୍ଧାରେ କ’ଣ ଡାକନ୍ତି ଜାଣନ୍ତୁ। ଐଶ୍ୱର୍ଯ୍ୟାଙ୍କୁ ସ୍ନେହରେ ‘ଗୁଲୁ’ ଡକାଯାଏ। ଇନଷ୍ଟାଗ୍ରାମରେ ଏକ ‘ଆକ୍ସ ମି ଏନିଥିଙ୍କ’ ଅଧିବେଶନରେ ତାଙ୍କର ନଣନ୍ଦ ଶ୍ୱେତା ବଚ୍ଚନ ଏହା ପ୍ରକାଶ କରିଥିଲେ । ଜଣେ ୟୁଜର୍ସ ପଚାରିଥିଲେ, ତୁମେ ତୁମ ପିଲାମାନଙ୍କୁ କିପରି କହିଲ ଯେ ସେମାନଙ୍କର ମାଇଁ ଐଶ୍ୱର୍ଯ୍ୟା ଏତେ ପ୍ରସିଦ୍ଧ? ଏବଂ ଏହା ଉପରେ ସେ ଉତ୍ତର ଦେଇଥିଲେ, ‘ ଘରେ ଏହା କେବେ ଆଲୋଚନା ହୁଏ ନାହିଁ।ସେ ଘରେ ‘ଗୁଲୁ’ ମାଇଁ ଅଟନ୍ତି।’

Share