ବନ୍ଦର ଉପାଧ୍ୟକ୍ଷ ଦାୟିତ୍ୱ ନେଲେ ନୀଳଭ୍ର ଦାସଗୁପ୍ତା

ପାରାଦୀପ ୧୨।୫(ସ୍ବ.ପ୍ର.): ପାରାଦୀପ ବନ୍ଦର ପ୍ରାଧିକରଣ (ପିପିଏ)ର ନୂତନ ଉପାଧ୍ୟକ୍ଷ ଭାବେ ନୀଳଭ୍ର ଦାସଗୁପ୍ତା ଦାୟିତ୍ୱ ନେଇଛନ୍ତି। ପୂର୍ବରୁ ଉପାଧ୍ୟକ୍ଷ ଥିବା ଏ କେ.ବୋଷ ଗତ ମାର୍ଚ୍ଚ ୩୧ରେ ଅବସର ଗ୍ରହଣ କରିଥିଲେ। ସେବେଠାରୁ ଉକ୍ତ ପଦବୀ ଖାଲି ଥିଲା। ଦାସଗୁପ୍ତା ଗୁଜୁରାଟ ରାଜସ୍ବ ସର୍ଭିସରେ ୨୦୦୮ରେ ନିଯୁକ୍ତି ପାଇଥିଲେ। ଗୁଜରାଟ ରାଜ୍ୟ ସରକାରଙ୍କ ବିଭିନ୍ନ ପଦପଦବୀରେ ରହିବା ପରେ କେନ୍ଦ୍ରୀୟ ସଂସ୍ଥାକୁ ଯାଇଥିଲେ। ସେ ବନ୍ଦର ଆଇଟି ସେଲର ଆଭ୍ୟନ୍ତରୀଣ ତଦନ୍ତକାରୀ ଅଧିକାରୀରୁ ପିପିଏ ଉପାଧ୍ୟକ୍ଷ ହୋଇଛନ୍ତି।

Share