ନୀଳଗିରି କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସିଲ୍‌

ସଜନାଗଡ଼,୩।୮(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି ବ୍ଲକରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ନୀଳଗିରିରେ ଥିବା ଗୋଷ୍ଠୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଜଣେ କାର୍ଯ୍ୟରତ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରବିବାର ନୀଳଗିରି ପ୍ରଶାସନ ପକ୍ଷରୁ ନୀଳଗିରି ଜେଲ ରୋଡ ନିକଟରେ ଥିବା ଗୋଷ୍ଠୀ କୃଷି ଅଧିକାରୀ ଓ ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ନୀଳଗିରି ଅଗ୍ନିଶମ ବିଭାଗ ପକ୍ଷରୁ ବିଶୁଦ୍ଧିକରଣ କରାଯିବା ସହିତ ଉକ୍ତ କାର୍ଯ୍ୟାଳୟକୁ ରବିବାର ଠାରୁ ୭ଦିନ ପର୍ଯ୍ୟନ୍ତ ସିଲ୍‌ କରାଯାଇଛି ବୋଲି ନୀଳଗିରି ତହସିଲଦାର ଅଶେଷ କୁମାର ନାୟକ ସୂଚନା ଦେଇଛନ୍ତି। ଏଥିସହିତ ଅଫିସ୍‌ର ସମସ୍ତ କର୍ମଚାରୀ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟକ୍ରମରେ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ରତନ ପଟ୍ଟନାୟକ ଉପସ୍ଥିତ ରହି ତଦାରଖ କରୁଥିଲେ।