ଖୋଲିଲା ନୀଳଗିରି ଜଗନ୍ନାଥ ମନ୍ଦିର, ପଞ୍ଚଲିଙ୍ଗେଶ୍ୱର ପୀଠ

ସଜନାଗଡ଼,୬।୧: ଭକ୍ତ ଓ ପର୍ଯ୍ୟଟକଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି। ଦୀର୍ଘ ୯ ମାସର ବ୍ୟବଧାନ ପରେ ବୁଧବାର ବାଲେଶ୍ୱର ଜିଲା ନୀଳଗିରିର ତୃତୀୟ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଏବଂ ଉତ୍ତର ଉଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ପୀଠ ଖୋଲିଛି। ଜିଲା ପ୍ରଶାସନର ଅନୁମତି କ୍ରମେ ସକାଳେ ଉଭୟ ମନ୍ଦିରରେ ଓଡ଼ିଶା ଏବଂ ରାଜ୍ୟ ବାହାରୁ ଆସିଥିବା ଶ୍ରଦ୍ଧାଳୁ, ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଥିଲା। ସମସ୍ତେ କୋଭିଡ୍‌ ନିୟମ ମାନି ମନ୍ଦିର ପରିସରକୁ ପ୍ରବେଶ କରିଥିଲେ। ପ୍ରଶାସନର ବ୍ୟବସ୍ଥା ମଧ୍ୟରେ ଭକ୍ତମାନେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ଏନେଇ ଉଲ୍ଲାସର ବାତାବରଣ ପରିଲକ୍ଷିତ ହୋଇଥିଲା। ସେହିପରି ପଞ୍ଚଲିଙ୍ଗେଶ୍ୱର ପୀଠରେ ମଧ୍ୟ ଭକ୍ତଙ୍କ ସମାଗମ ହୋଇଥିଲା।

Share