Advertisement

ନିମାପଡ଼ା ମୁଖ୍ୟ କେନାଲରେ ୧୫ ଫୁଟର ଘାଇ

ନିମାପଡ଼ା,୬।୮: ପୁରୀ ଜିଲା ନିମାପଡ଼ା ମୁଖ୍ୟ କେନାଲର ମୁରାରିପୁରଠାରେ ମଙ୍ଗଳବାର ୧୫ ଫୁଟ ଓସାରର ଏକ ଘାଇ ସୃଷ୍ଟି ହୋଇଛି। ଫଳରେ କେନାଲ ପାଣି ମାଡିଯାଇ ୧୦ ଏକରରୁ ଅଧିକ ଚାଷ ଜମି ଜଳମଗ୍ନ ହୋଇଯାଇଛି। ବର୍ତ୍ତମାନ ଜମିରେ ଧାନ ରୁଆ ହୋଇଥିବା ବେଳେ ଧାନ ଗଛଗୁଡିକ ନଷ୍ଟ ହୋଇଯିବା ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏପରିକି କେନାଳ ପାଖ ଜମି ବାଲିଚର ହୋଇଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ତୁରନ୍ତ କ୍ଷୟକ୍ଷତିର ଆକଳନ କରି ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share