ନିମାପଡ଼ା ଏନ୍‌ଏସି: ଭୋଟ ନାକଚକୁ ନେଇ ରାଜନୀତି

ନିମାପଡ଼ା,୨୨।୮(ରଞ୍ଜନ ପଟ୍ଟନାୟକ): କିଏ କଲା ନିଜ ଭୋଟକୁ ନାକଚ? ନିମାପଡ଼ା ଏନ୍‌ଏସି ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କାଟ ଖାଇବା ପରେ ଏଠାକାର ରାଜନୀତି ରୋଚକ ମୋଡ଼ ନେଇଛି। ପ୍ରକୃତରେ କିଏ ସେହି କାଉନସିଲର ଯିଏ ନିଜ ଭୋଟକୁ ନାକଚ କରିଛନ୍ତି, ତାକୁ ନେଇ ଭାଜପା ଶିବିରରେ ଚାଲିଛି ତନାଘନା। ସୂଚନାଯୋଗ୍ୟ, ନିମାପଡ଼ା ଏନ୍‌ଏସିରେ ୧୧ ଜଣ ନିର୍ବାଚିତ କାଉନସିଲର ରହିଛନ୍ତି। ୭ ଜଣ ବିଜେଡି କାଉନସିଲର ଥିଲେ। ପୂର୍ବତନ ମନ୍ତ୍ରୀ ସମୀର ଦାଶ ବିଜେଡିରେ ଥିବାବେଳେ ଯେଉଁ ୭ ଜଣ ଦଳୀୟ କାଉନସିଲର ରହିଥିଲେ ସେମାନଙ୍କ ମଧ୍ୟରୁ ୬ ଜଣ ତାଙ୍କ ଖାସ ଲୋକ ବୋଲି କୁହାଯାଉଥିଲା। ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଟିକେଟରୁ ବଞ୍ଚିତ ହେବା ପରେ ସମୀର ସମର୍ଥକଙ୍କ ସହ ଭାଜପାରେ ଯୋଗଦେଇଥିଲେ। ତାଙ୍କ ସମର୍ଥକ କାଉନସିଲରମାନେ ମଧ୍ୟ ଭାଜପାରେ ଯୋଗଦେଇଥିଲେ। ରାଜ୍ୟରେ ଭାଜପା କ୍ଷମତାକୁ ଆସିବା ପରେ ଏନ୍‌ଏସି କ୍ଷମତାରେ ଥିବା ବିଜେଡି ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୋଧରେ ଅନାସ୍ଥା ଅଣାଯାଇଥିଲା। ସମୀରଙ୍କ ୬ ଜଣ ଅନୁଗତଙ୍କ ସହ ଭାଜପାର ୨ ଜଣକୁ ମିଶାଇଲେ ଅନାସ୍ଥା ସପକ୍ଷରେ ୮ ଜଣ ଭୋଟ ଦେବେ ବୋଲି ଆକଳନ କରାଯାଉଥିଲା। ଅନାସ୍ଥା ଭୋଟବେଳେ ୮ ଜଣଙ୍କ ମଧ୍ୟରୁ ଜଣେ ତାଙ୍କ ଭୋଟ ନାକଚ କରିଦେଇଥିଲେ। ଏହା ସିକ୍ରେଟ ବ୍ୟାଲଟ ଭୋଟିଂ ହୋଇଥିବାରୁ କିଏ ନାକଚ କରିଛି ତାହା ଜାଣିବା ସମ୍ଭବ ନୁହେଁ। ଭାଜପା ସମର୍ଥିତ ଯେଉଁ ୮ଜଣ କାଉନସିଲର ଭୋଟ ଦେବାକୁ ଯାଇଥିଲେ, ସମସ୍ତଙ୍କୁ ଗୋପ ବ୍ଲକର ପ୍ରସିଦ୍ଧ ମହାଦେବ ମନ୍ଦିରକୁ ଡାକି ସେଠାରେ ଠାକୁରଙ୍କ ନିୟମ କରାଇ କିଏ ନାକଚ କରିଛି ବୋଲି ପଚରା ଉଚରା କରାଯାଇଥିବା ନେଇ ଚର୍ଚ୍ଚା ହେଉଛି। ତେବେ ଅନାସ୍ଥା ଭୋଟର ୪ ଦିନ ପୂର୍ବରୁ ଏହି କାଉନସିଲରଙ୍କୁ ଅଜ୍ଞାତବାସରେ ରଖାଯାଇଥିଲା। କେତେଜଣଙ୍କୁ ଅଧ୍ୟକ୍ଷାଙ୍କ ବିରୋଧରେ ଭୋଟ ଦେବାକୁ ଅର୍ଥ ଲୋଭ ସହିତ ଧମକ ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଛି। ଅନାସ୍ଥା କାଏମ ରଖିବା ନିମନ୍ତେ ଆବଶ୍ୟକ ୮ ଜଣଙ୍କ ସମର୍ଥନ ମିଳିପାରି ନ ପାରିବାରୁ ଏହା କାଟ ଖାଇଯାଇଥିଲା। ଏହାକୁ ନେଇ ଏଠାକାର ରାଜନୀତି ସରଗରମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଏଲଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ

ପାଟଣାଗଡ ୨୧।୯ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ ଏନଏସିସ୍ଥିତ ହରିଶଙ୍କର ସମ୍ମିଳନୀ ସଦନଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦଶହରା ବଏଲଯାତ୍ରା ପାଇଁ ପ୍ରସ୍ତୁତି ବୈଠକ...

ଆମେରିକାରେ ଅଚ୍ୟୁତ ସାମନ୍ତଙ୍କ ନାମରେ ଖୋଲିବ ଗବେଷଣା କେନ୍ଦ୍ର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଆମେରିକାର ସରକାରୀ ବିଶ୍ୱବିଦ୍ୟାଳୟ ସିଟି ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କ(କ୍ୟୁନି)ରେ ଶିକ୍ଷାବିତ୍‌, ସାମାଜିକ କର୍ମୀ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନାମରେ...

‘ବିଜେଡି ପ୍ରତିଶ୍ରୁତି ଅନୁଯାୟୀ ଷ୍ଟିଲ୍‌ ପ୍ଲାଣ୍ଟ କୁଆଡ଼େ ଗଲା’

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ ଏହା...

‘ଶାରଳା ପୁରସ୍କାର’ ଘୋଷଣା: ଚଳିତବର୍ଷ ଏହି ମହିଳାଙ୍କୁ ମିଳିବ ପୁରସ୍କାର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଚଳିତବର୍ଷ ବିଶିଷ୍ଟ ଲେଖିକା ସରୋଜିନୀ ସାହୁ ପାଇବେ ୪୫ତମ ‘ଶାରଳା ପୁରସ୍କାର’। ୨୦୧୯ରେ ସୃଜନ ଇଣ୍ଡିଆ ଦ୍ୱାରା ପ୍ରକାଶିତ ତାଙ୍କ ଉପନ୍ୟାସ ‘ଅସ୍ଥିର ପାଦ’...

ଆଜିଠୁ ୩ଦିନ ରତ୍ନଭଣ୍ଡାରର ବୈଷୟିକ ସର୍ଭେ: ଅପରାହ୍ନ ୧ଟାରୁ କାର୍ଯ୍ୟ ଶେଷ ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ,୨୧ା୯(ଅଜିତ୍‌ କୁମାର ମହାନ୍ତି):ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ସେପ୍ଟେମ୍ବର ୨୧, ୨୨ ଏବଂ ୨୩ ତାରିଖ ତିନିଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ...

ଭରତପୁର ଥାନା ଭିତର ଭିଡିଓ ଭାଇରାଲ, ସେଦିନ ରାତିରେ ଘଟିଥିଲା ଏପରି…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାରେ ସେଦିନ ରାତିରେ ଘଟିଥିବା ଘଟଣାର କିଛି ଦୃଶ୍ୟ ଏବେ ଭାଇରାଲ ହେଉଛି। ପୋଲିସ ଓ ମେଜରଙ୍କ ବାନ୍ଧବୀଙ୍କ ମଧ୍ୟରେ ଚାଲିଥିବା କଥା...

ଫରେଷ୍ଟର ଆମତ୍ହତ୍ୟା ମାମଲା:ବିଭାଗୀୟ ଅଧିକାରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସ୍ତ୍ରୀ

ରାୟଗଡ଼ା,୨୧ା୯(ଆଶିଷ ରଞ୍ଜନ ପଣ୍ଡା):ଦୀର୍ଘ ୧୨ ବର୍ଷ ବନ ବିଭାଗ ସିଲ୍‌ଭିକ୍‌ଲଚର ଡିଭିଜନରେ କାର୍ଯ୍ୟରତ ଥିଲେ ରାୟଗଡ଼ା ସହର ଶୁଣ୍ଢିସାହିର ଲବଣୀ ନାୟକଙ୍କ ସାନ ପୁଅ ସଞ୍ଜୟ...

ଭାଇ ମୃତ୍ୟୁର ନ୍ୟାୟ ମାଗୁଛି: ନେହୁରା ହେଲେ ଫରେଷ୍ଟରଙ୍କ ଭାଇ

ଭବାନୀପାଟଣା,୨୦ା୯(ଉତ୍ତମ କୁମାର ଦାଶ): ଫରେଷ୍ଟର ଆତ୍ମହତ୍ୟା ମାମଲାକୁ ନେଇ ବିବାଦ ଥମିବାର ନାଁ ଧରୁନି। ମୃତ ଫରେଷ୍ଟର ସଞ୍ଜୟ ନାୟକଙ୍କ ଭାଇ ରବି ନାରାୟଣ ନାୟକ ସାମାଜିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri