Advertisement

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଛାଡପତ୍ର ଚର୍ଚ୍ଚା ମଧ୍ୟ ଭାଇରାଲ ହେଉଛି ନିମ୍ରତ କୌରଙ୍କ କମେଣ୍ଟ: ଜାଣନ୍ତୁ କଲେ କହିଲେ…

ଆଜିକାଲି ଅଭିଷେକ ବଚ୍ଚନଙ୍କ ସହ ପ୍ରେମ ସମ୍ପର୍କର ଗୁଜବ ପାଇଁ ନିମ୍ରତ କୌର ଚର୍ଚ୍ଚାରେ ଅଛନ୍ତି। ନିମ୍ରତଙ୍କ କାରଣରୁ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ଦାମ୍ପତ୍ୟ ଜୀବନରେ ସମସ୍ୟା ଆରମ୍ଭ ହୋଇଥିବା କୁହାଯାଉଛି। ଏସବୁ ମଧ୍ୟରେ ନିମ୍ରତଙ୍କ ବିବାହ ସମ୍ବନ୍ଧରେ ଏକ ପୁରୁଣା ବିବୃତ୍ତି ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଏକ ସାକ୍ଷାତକାରରେ ଅଭିଷେକ ବଚ୍ଚନ କହିଥିଲେ ଯେ, ତାଙ୍କ ବିବାହ ନିକଟରେ ୧୫ ବର୍ଷ ପୂରଣ ହୋଇଛି । ଏହା କହିବା ପରେ ଅଭିଷେକ ‘ଟଚଉଡ’ କହିଥିଲେ। ଏହା ଶୁଣି ନିମ୍ରତ ଏପରି ମନ୍ତବ୍ୟ ଦେଇଥିଲେ,ଯାହା ଶୁଣି ଅଭିଷେକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ହସିକି କହିଥିଲେ, ବିବାହ ଅଧିକ ଦିନ ତିଷ୍ଠି ନ ଥାଏ। ଜୁନିଅର ବଚ୍ଚନ ତାଙ୍କୁ ‘ଧନ୍ୟବାଦ’ କହି ହସିବାକୁ ଲାଗିଥିଲେ।

ଏଥି ସହିତ ଅଭିଷେକ ନିମ୍ରତଙ୍କ ଆଗରେ ଐଶ୍ୱର୍ଯ୍ୟାଙ୍କୁ ପ୍ରଶଂସା କରିଥିଲେ। ଅଭିଷେକ କହିଥିଲେ, ମୋ ସ୍ତ୍ରୀ ଏହି ପ୍ରସଙ୍ଗରେ ଅତି ସାଧାରଣ। ସେ ସର୍ବଦା ମୋ ପାଇଁ ଏକ ସମର୍ଥନ କରିଆସୁଛନ୍ତିସ। ମୁଁ ବହୁତ ଭାଗ୍ୟବାନ, ମୋର ପୁରା ପରିବାର ମୋ ସହ ଅଛନ୍ତି I ଐଶ୍ୱର୍ଯ୍ୟାଙ୍କ ପରି ଜୀବନ ସାଥୀ ପାଇବା ଭାଗ୍ୟର କଥା। ସେ ମୋତେ ବୁଝିଛନ୍ତି, ସେ ମୋ ଠାରୁ ଟିକେ ଆଗରୁ ଏହି କାମ କରୁଛନ୍ତି। ତେଣୁ ସେ ଫିଲ୍ମ ଜଗତକୁ ଜାଣନ୍ତି। ନିମ୍ରତ ଅଭିଷେକଙ୍କ କଥା ଶୁଣିବା ପରେ ହସୁଥିବା ଦେଖିବାକୁ ମିଳିଥିଲା।

ଅଭିଷେକ ଏବଂ ଐଶ୍ୱର୍ଯ୍ୟା ୨୦୦୭ରେ ବିବାହ କରିଥିଲେ ଏବଂ କିଛି ବର୍ଷ ପରେ ସେମାନଙ୍କ ଝିଅ ଆରାଧ୍ୟାଙ୍କୁ ସ୍ବାଗତ କରିଥିଲେ। ଗତ କିଛିଦିନ ହେବ ଏହି ଦମ୍ପତିଙ୍କ ଛାଡପତ୍ର ବିଷୟରେ ଗୁଜବ ବ୍ୟାପିଛି। ଐଶ୍ୱର୍ଯ୍ୟା ଅମ୍ବାନୀ ପରିବାର ବିବାହରେ ତାଙ୍କ ଝିଅ ଆରାଧ୍ୟାଙ୍କ ସହିତ ଏକାକୀ ପହଞ୍ଚିଥିଲେ। ଅଭିଷେକ ତାଙ୍କ ମାତାପିତା ଏବଂ ଭଉଣୀଙ୍କ ସହ ପହଞ୍ଚିଥିଲେ। ସେବେଠାରୁ ଏହି ଗୁଜବ ଅଧିକ ବ୍ୟାପିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share