ଶୋ’ ଛାଡ଼ିଲେ ନିମ୍ରିତ୍‌

ବମ୍ବେ: ଶୋ’ ଛାଡ଼ିବେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ନିମ୍ରିତ୍‌ କୌର ଅହ୍ଲୁଓ୍ବାଲିଆ। ‘ଛୋଟି ସର୍ଦ୍ଦାର୍‌ନୀ’ରେ ସେ ମୁଖ୍ୟ ନାୟିକା ଚରିତ୍ରରେ ନଜର ଆସୁଥିଲେ। ଧାରାବାହିକର କାହାଣୀ ବେଶ ନିଆରା ଥିବାରୁ ଦର୍ଶକଙ୍କୁ ବେଶ ପସନ୍ଦ ଆସୁଥିଲା। ନିମ୍ରିତ୍‌ ନିଜର ଅଭିନୟରେ ଘରେ ଘରେ ପରିଚିତ ହୋଇଥିଲେ। ହେଲେ ଏବେ ସେ ଶୋ’ ଛାଡ଼ିବାକୁ ନେଇଛନ୍ତି ନିଷ୍ପତ୍ତି।

ନିକଟରେ ଏକ ସାକ୍ଷାତକାରରେ ନିମ୍ରିତ ଶୋ’ ଛାଡ଼ିବା ପଛର କାରଣ ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି। ‘ଛୋଟି ସର୍ଦ୍ଦାର୍‌ନୀ’ ସହ ତିନି ବର୍ଷର ଯାତ୍ରା ବେଶ ଭଲ ଥିଲା। ଏହା ଜରିଆରେ ସେ ପ୍ରଥମ ପାଦ ରଖିଥିଲେ। ହେଲେ ପରେ ସମୟ ପରିବର୍ତ୍ତନଶୀଳ ବୋଲି ଲାଗିଥିଲା। ୨୦୨୧ରେ ଚିନ୍ତା ଏବଂ ବର୍ନଆଉଟ୍‌ ସିଡ୍ରୋମର ସମ୍ମୁଖୀନ ହୋଇଥିଲେ ସେ। ହେଲେ ଶୁଟିଂକୁ ଶତ ପ୍ରତିଶତ ଦେଇଥିଲେ। ଏବେ ସେ ସୁସ୍ଥ ଥିବା ବେଳେ କିଛି ଦିନର ବିରତି ନେବାକୁ ଚାହୁଁଛନ୍ତି। ପରେ ସେ ଅନ୍ୟ ସମ୍ଭାବନା ପ୍ରତି ଗୁରୁତ୍ୱ ଦେବେ। ଏପରିକି ସବୁ ପ୍ଲାଟଫର୍ମରେ ନିଜର ଅଭିନୟର ଯାଦୁଗରି ଦେଖାଇବାକୁ ଚାହିଁବେ ବୋଲି ସେ କହିଛନ୍ତି।

Share