ମାହିରଙ୍କୁ ଡେଟ୍‌ କରୁଛନ୍ତି ନିମ୍ରିତ !

ବମ୍ବେ: ଡେଟ୍‌ କରୁଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ନିମ୍ରିତ କୌର ଆହ୍ଲୁଓ୍ବାଲିଆ। ବିଗ୍‌ବସ୍‌ ଘରେ ଏପରି କିଛି ବ୍ୟକ୍ତିଗତ କଥା ଉପରୁ ପରଦା ଉଠାଇଛନ୍ତି ପ୍ରତିଯୋଗୀ ଟିନା ଦତ୍ତା। ତେବେ ବ୍ୟକ୍ତିଜଣଙ୍କ କିଏ ସେ ବିଷୟରେ ସେ କିଛି କହି ନ ଥିଲେ ହେଁ ସହ ଅଭିନେତା ମାହିର ପାନ୍ଧୀଙ୍କ ସହ ସେ ରିଲେଶନସିପ୍‌ରେ ଥିବା ନେଇ ଚର୍ଚ୍ଚା ଜୋର ଧରିଛି।

ଅପରପକ୍ଷେ ବିଗ୍‌ବସ୍‌କୁ ଯିବା ପୂର୍ବରୁ ନିମ୍ରିତ ମାହିରଙ୍କୁ ନିଜର ଭଲ ବନ୍ଧୁ ବୋଲି କହିଥିଲେ। ଯଦି ତାଙ୍କ ସହ କାହାକୁ ଦେଖାଯାଉଛି ତେବେ ଲିଙ୍କ ଅପ୍‌ ଖବର ଆସୁଛି। ହେଲେ ସେଭଳି କିଛି କଥା ନାହିଁ ବୋଲି ସେ କହିଥିଲେ। ଏପରିକି ବିବାହ ଦିନ ସେ ନିଜର ସମ୍ପର୍କକୁ ନେଇ ଘୋଷଣା କରିବେ ବୋଲି ସ୍ପଷ୍ଟ କରିଥିଲେ। ଏମିତିରେ ଦେଖିବାକୁ ହେବ ଯେ ନିମୃତଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଟିନା କହିଥିବା କଥା କେତେଦୂର ଠିକ୍‌। କିଏ ସେହି ଲକି ବଏ।

Share