ଆଜି ଆଉ ୯ ମୁଣ୍ଡ ନେଲା କରୋନା: ଏହି ଜିଲାରୁ ସର୍ବାଧିକ

ଭୁବନେଶ୍ୱର,୧୫।୮(ବ୍ୟୁରୋ): ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଇ ଚାଲିଛି କରୋନା। ରାଜ୍ୟରେ ଶନିବାର କରୋନା ସଂକ୍ରମଣରେ ୯ଜଣଙ୍କ ମୃତ୍ୟୁ ଘଟିଛି। ସେଥିରୁ ଜଣେ କଟକ ଜିଲାର(୬୭ ବର୍ଷୀୟା ବୃଦ୍ଧା, ୫୦ ବର୍ଷୀୟ ବ୍ୟକ୍ତି), ଗଞ୍ଜାମର ୫୩ବର୍ଷୀୟ ବ୍ୟକ୍ତି, କେନ୍ଦୁଝରର ୫୮ ବର୍ଷୀୟ ବ୍ୟକ୍ତି, ନୟାଗଡ଼ର ୭୫ ବର୍ଷୀୟ ବୃଦ୍ଧ, ସମ୍ବଲପୁରର(୬୫ ବର୍ଷୀୟ ବୃଦ୍ଧ, ୭୪ ବର୍ଷୀୟା ବୃଦ୍ଧା, ୭୮ ବର୍ଷୀୟା ବୃଦ୍ଧ, ୫୦ ବର୍ଷୀୟା ମହିଳା) ରହିଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅପରାହ୍ନରେ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୩୩୩କୁ ବୃଦ୍ଧି ପାଇଛି।

Share