ତାଲିବାନରେ ୧୦ଦିନରେ ଗିରଫ ହେଲେଣି ୯ସାମ୍ବାଦିକ

କାବୁଲ,୧୮।୮: ଗତ ଦୁଇ ବର୍ଷ ଧରି ତାଲିବାନଙ୍କର କ୍ରୁର ଶାସନରେ ଅସ୍ଥିର ହୋଇପଡିଛନ୍ତି ଆଫଗାନିସ୍ତାନୀ। ତେବେ ସେଥିରୁ ବାଦ୍‌ ପଡି ନାହାନ୍ତି ସାମ୍ବାଦିକ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗତ ୧୦ଦିନ ମଧ୍ୟରେ ତାଲିବାନ କର୍ତ୍ତୃପକ୍ଷ ୯ଜଣ ସାମ୍ବାଦିକଙ୍କୁ ଗିରଫ କରିଛନ୍ତି। ଆଫଗାନିସ୍ତାନରେ ସାମ୍ବାଦିକଙ୍କ ଗିରଫଦାରୀକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି ଯାହାର ନାଁ ରହିଛି ରିପୋଟର୍ସ ଓ୍ବିଦାଉଟ ବର୍ଡର (ଆରଏସଏଫ)। ଆଫଗାନିସ୍ତାନରେ ସାମ୍ବାଦିକଙ୍କ ସ୍ବାଧୀନତାକୁ ଚପାଯିବା ନେଇ ଆନ୍ତର୍ଜାତୀୟ ସଂଗଠନ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛି।

ଆଫଗାନିସ୍ତାନ ନ୍ୟୁଜ ଏଜେନ୍ସି ଖାମା ପ୍ରେସ ଏକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ଯେ, ତାଲିବାନ ଶାସନରେ ଆଫଗାନିସ୍ତାନର ଗଣମାଧ୍ୟମ ବଞ୍ଚିବା ପାଇଁ ସଂଘର୍ଷ କରୁଛି। ଗତ ଦୁଇ ବର୍ଷ ମଧ୍ୟରେ ଅନେକ ରେଡିଓ ଏବଂ ଟିଭି ଷ୍ଟେସନ ସହିତ ନ୍ୟୁଜ ଏଜେନ୍ସିଗୁଡିକ ବନ୍ଦ କରାଯାଇଥିଲା। ପ୍ରାୟ ୬ହଜାରରୁ ଅଧିକ ସାମ୍ବାଦିକ ଏଥିପାଇଁ ଚାକିରି ହରାଇଛନ୍ତି।

ଆରଏସଏଫ ରିପୋର୍ଟ ଅନୁଯାୟୀ, ତାଲିବାନ ୧୨ଜଣ ସାମ୍ବାଦିକଙ୍କୁ ବିନା କାରଣରେ ଗିରଫ କରିଛି। ଆରଏସଏଫ ଗିରଫ ସାମ୍ବାଦିକଙ୍କ ତାଲିକା ଜାରି କରିଛି। ସେମାନଙ୍କୁ ଗିରଫ କରାଯାଇ ଏକ ଅଜ୍ଞାତ ସ୍ଥାନରେ ଜେଲ୍‌ରେ ରଖାଯାଇଛି।

Share