Categories: ଜାତୀୟ

ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ ଭାଜପାକୁ ବଡ଼ ଝଟକା

ଭୋପାଳ,୪ା୯: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ଏକ ବଡ଼ ଝଟକା ଲାଗିଛି। ୬ ଭାଜପା ନେତାଙ୍କ ସମେତ ବିଭିନ୍ନ ଦଳର ମୋଟ ୯ ବିଧାୟକ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଏବଂ ମଧ୍ୟପ୍ରଦେଶ କଂଗ୍ରେସ ଦାୟିତ୍ୱରେ ଥିବା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରଣଦୀପ୍‌ ସୁର୍ଜଓ୍ବେଲାଙ୍କ ସମେତ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। କଂଗ୍ରେସରେ ସାମିଲ ହୋଇଥିବା ଭାଜପା ନେତାଙ୍କ ମଧ୍ୟରେ ଅଛନ୍ତି ଦୁଇଥରର ବିଧାୟକ ହୋଇଥିବା ଭଓଁର ସିଂ ଶେଖାଓ୍ବତ। ଭୋପାଳର ଭାଜପା ନେତା ଆଶିଷ ଅଗ୍ରଓ୍ବାଲ ଏବଂ ବରିଷ୍ଠ ଭାଜପା ନେତା ଉମାଶଙ୍କର ଗୁପ୍ତା କଂଗ୍ରେସରେ ସାମିଲ ହୋଇଛନ୍ତି। ଭାଜପା ନେତା ଚେଡିଲାଲ ପାଣ୍ଡେ ଏବଂ ପୁଅ ଶିବମ୍‌ ପାଣ୍ଡେ ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି ।

Share