Categories: ଜାତୀୟ

ମୁର୍ଶିଦାବାଦ ମେଡିକାଲ କଲେଜ ପାଲଟିଲା ଶିଶୁଙ୍କ କବରଖାନା! ୨୪ ଘଣ୍ଟାରେ ୯ ନବଜାତକ ମୃତ

କୋଲକାତା,୮।୧୨: ପଶ୍ଚିମବଙ୍ଗର ଏକ ମେଡିକାଲ କଲେଜ ପିଲାମାନଙ୍କ କବରଖାନା ପାଲଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ପରେ ଗୋଟିଏ ହୋଇ ୯ ନବଜାତକଙ୍କ ମୃତ୍ୟୁ ଘଟିଛି। ଏହାପରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରଶ୍ନ ଘେରକୁ ଆସିଛି।

ରାଜ୍ୟର ମୁର୍ଶିଦାବାଦ ମେଡିକାଲ କଲେଜର ଅଧିକାରୀମାନେ କହିଛନ୍ତି ଯେ, ୯ ଶିଶୁଙ୍କ ମଧ୍ୟରେ ୩ଜଣଙ୍କ ଜନ୍ମ ଡାକ୍ତରଖାନାରେ ହୋଇଥିଲା। ଅପରପକ୍ଷେ ୬ଜଣ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ସେଠାରେ ଭର୍ତ୍ତି ହୋଇଥିଲେ। ତେବେ ସମସ୍ତଙ୍କର ଜଟିଳ ଅବସ୍ଥା ଥିବାରୁ ମୃତ୍ୟୁ ଘଟିଥିବା ସେମାନେ କହିଛନ୍ତି। ଏବେ ଡାକ୍ତରଖାନାରେ ୧୨୯ ବେଡ୍‌ ଥିବା ବେଳେ ୩୦୦ ରୋଗୀ ଭର୍ତ୍ତି ହୋଇଛନ୍ତି। ଏମିତିରେ ଶିଶୁମାନଙ୍କୁ ବଞ୍ଚାଇବାରେ ଡାକ୍ତରଖାନା ସକ୍ଷମ ହୋଇପାରୁ ନାହିଁ ବୋଲି ସେମାନେ କହିଛନ୍ତି।

Share