ଛାତ ଭୁଶୁଡ଼ି ଗୋଟିଏ ପରିବାରର ୯ ମୃତ

ଇସ୍‌ଲାମାବାଦ,୯।୧୦: ପାକିସ୍ତାନର ଗିଲ୍‌ଗିଟ  ଅଧୀନ ଚିଲାସ ସହରରେ ରବିବାର ଏକ ଅଘଟଣ ଘଟିଛି। ଏକ ଘରର ଛାତ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଏକ ରେଷ୍ଟୁରାଣ୍ଟରେ କାମ କରୁଥିବା ଜଣେ ଓ୍ବେଟରଙ୍କ ସ୍ତ୍ରୀ, ତାଙ୍କର ୪ ପୁଅ ଏବଂ ୪ ଝିଅ। ଛାତ ଭୁଶୁଡ଼ିବା ସମୟରେ ଓ୍ବେଟର ଜଣଙ୍କ ରେଷ୍ଟୁରାଣ୍ଟରେ ଥିବାରୁ ସେ ବଞ୍ଚତ୍ୟାଇଛନ୍ତି। ଛାତ ଭୁଶୁଡ଼ିବା ଶବ୍ଦ ଶୁଣି ପାଖପଡ଼ୋଶୀ ଧାଇଁଆସି ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ଏଥିରେ ସେମାନେ ସଫଳ ହୋଇ ନ ଥିଲେ। ଖବର ପାଇ ଏକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଠାବ କରିଥିବା ଜଣାପଡ଼ିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Share