୫୦୦ ଫୁଟ ତଳକୁ ଖସିଲା ଟ୍ରକ୍‌: ୯ ପାକିିସ୍ତାନୀ ସୈନ୍ୟ ମୃତ, ୪ ଗୁରୁତର

ଇସଲାମାବାଦ,୨୧ା୮: ରବିବାର ପାକ୍‌ ସୈନିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଉକ୍ତ ଟ୍ରକ୍‌ଟି ୫୦୦ ଶହ ଫୁଟ ଗଭୀରକୁ ଖସି ପଡ଼ିଥିଲା। ଫଳରେ ୯ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ହୋଇଛନ୍ତି।

ସେନା କହିଛି, ଟ୍ରକ୍‌ଟି ସାମରିକ କନ୍‌ଭେନର ଏକ ଅଂଶ। ଯାହାକି ପୋକର ବାଗ ଜିଲ୍ଲାର ମଙ୍ଗବାଜ୍ରି ଆଡକୁ ଯାଉଥିଲା। ସେ କହିଛନ୍ତି, ରବିବାର ଅପରାହ୍ନରେ ଟ୍ରକ୍‌ଟି ଗନ୍ତବ୍ୟ ସ୍ଥଳଠାରୁ ୧୨ କିଲୋମିଟର ପୂର୍ବରୁ ଶୁଜାବାଦ ନିକଟ ଏକ ଘାଟିରେ ଖସି ପଡ଼ିଥିଲା।

ଟ୍ରକ୍‌ରେ ଡ୍ରାଇଭରଙ୍କ ସମେତ ୧୩ ଜଣ ସୈନିକ ଥିଲେ ଏବଂ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ  ଆଉ ଦୁଇଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ୪ ଜଣ ଚିକିତ୍ସିତ ହେଉଛନ୍ତି।

Share