Categories: ଜାତୀୟ

ତାମିଲନାଡୁ ବାଣ କାରଖାନାରେ ବିସ୍ଫୋରଣ ୯ ମୃତ

ଅରିୟାଲୁର,୯।୧୦: ସୋମବାର ତାମିଲନାଡୁର ଆରିୟାଲୁର ଜିଲାର ଏକ ଫାୟାର କ୍ରାକର ୟୁନିଟରେ ଅଗ୍ନିକାଣ୍ଡ ଘଟିଛି। ଏହି କାରଣରୁ ଅତି କମରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏହି ଘଟଣାରେ ସମବେଦନା ଜଣାଇବା ସହ ପ୍ରଭାବିତ ପରିବାର ପାଇଁ ନଗଦ ରିଲିଫ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଏହି ଘଟଣା ଜିଲାର ବିରଗାଲୁର ଗାଁର ଏକ ଘରୋଇ ୟୁନିଟରେ ଘଟିଛି ଏବଂ ଅଗ୍ନିକାଣ୍ଡର କାରଣ ଜଣାପଡୁଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପାଞ୍ଚ ଜଣ ଆହତଙ୍କୁ ଥାନଜାଭୁର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ତାଙ୍କ କ୍ୟାବିନେଟ ସହକର୍ମୀ ଏସ.ଏସ ଶିବଶଙ୍କର ଏବଂ ସିଭି ଗଣେଶଙ୍କୁ ନିୟୋଜିତ କରିଛନ୍ତି।
ସେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କା ଏବଂ ମଧ୍ୟମ ଆହତଙ୍କ ପାଇଁ ୫୦,୦୦ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।

Share