Categories: ବାଣିଜ୍ୟ

ନାଇନ୍‌-ରାଜସ୍ଥାନ ରୟାଲ୍ସ ସହଭାଗିତା

ନୂଆଦିଲ୍ଲୀ, ୧୫।୯: ସାନିଟାରି ପ୍ୟାଡ୍‌ ପ୍ରସ୍ତୁତକାରୀ ବ୍ରାଣ୍ଡ ନାଇନ୍‌ ରାଜସ୍ଥାନ ରୟାଲ୍ସ ସହ ଚୁକ୍ତିରେ ସାମିଲ ହୋଇଛି। ୧୯ ସେପ୍ଟେମ୍ବରଠାରୁ ୧୦ ନଭେମ୍ବର ଯାଏ ଦୁବାଇରେ ଅନୁଷ୍ଠିତ ହେବାକୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ଜର୍ସିରେ ନାଇନ ଲୋଗୋ ସ୍ଥାନିତ କରାଯିବାକୁ ପଦକ୍ଷେପ ନିଆଯାଇଛି। ୨ ବର୍ଷ ପୂର୍ବରୁ ନାଇନ ବ୍ରାଣ୍ଡ ଉତ୍ତର ପ୍ରଦେଶର ଏକ ଛୋଟ ସହରରୁ ଶୁଭାରମ୍ଭ ହୋଇଥିଲା। କମ୍ପାନୀ ଏହାର ଗୁଣବତ୍ତା ପ୍ରଡକ୍ଟ ଲାଗି ବଜାରରେ ନିଜର ଉପସ୍ଥିତି ବର୍ତ୍ତମାନ ଦୃଢ଼ କରିବାକୁ ସକ୍ଷମ ହୋଇଥିବା କହିଛି। ଏହି ଚୁକ୍ତି ସମ୍ପର୍କରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ମହିଳାଙ୍କ ମଧ୍ୟରେ ଋତୁସ୍ରାବଜନିତ ସ୍ବଚ୍ଛତାକୁ ପ୍ରୋତ୍ସାହିତ କରୁଛି। ଏହା ଏକ ଗୁରୁତ୍ୱ ପ୍ରସଙ୍ଗ ହୋଇଥିବା ଅଧିକରୁ ଅଧିକ ଲୋକଙ୍କ ନିକଟରେ ଏହି ସଚେତନା ପହଞ୍ଚାଇବା ଦିଗରେ କମ୍ପାନୀ କାମ କରୁଛି। ଏହାକୁ ଧ୍ୟାନରେ ରଖି ରାଜସ୍ଥାନ ରୟାଲ୍ସ ସହ ମିଳିତ ହୋଇ କମ୍ପାନୀ କାମ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପଦକ୍ଷେପ ନେବାକୁ ଲୋକଙ୍କୁ ଆହ୍ବାନ ଜଣାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ କମ୍ପାନୀ ମହିଳାଙ୍କ ଋତୁସ୍ରାବ ଜନିତ ସ୍ବାସ୍ଥ୍ୟ ଏବଂ ସଚେତନା ଦିଗରେ କାର୍ଯ୍ୟକ୍ରମ ଜାରି ରଖିଥିବା କହିଛି।

Share