ସେନା ଶିବିର ଉପରେ ଇଏଲଏନ ଆକ୍ରମଣରେ ୯ ସେନାଙ୍କ ମୃତ୍ୟୁ, ନିନ୍ଦା କଲେ କଲମ୍ବିଆ ରାଷ୍ଟ୍ରପତି

ବୋଗୋଟା,୩୦ ।୩: ପୂର୍ବୋତ୍ତର କଲମ୍ବିଆରେ ଏକସେନା ଶିବର ଉପରେ ନ୍ୟାଶନାଲ ଲିବରେଶନ ଆର୍ମି(ଇଏଲଏନ) ଗୁରିଲ୍ଲା ଭାବେ ପରିଚିତ କଲମ୍ବିଆର ବିଦ୍ରୋହୀ ସଂଗଠନ ଦ୍ୱାରା କରାଯାଇଥିବା ଆକ୍ରମଣରେ ୯ ସେନାଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ କ୍ୟାଟେଟୁମ୍ବା ଅଞ୍ଚଳରେ ଜଣେ ନଗରପାଳିକା, ଏଲ କାରମେନର ଗ୍ରାମାଞ୍ଚଳରେ ହୋଇଥିବା ଆକ୍ରମଣରେ ୯ ସେନା ଆହତ ହୋଇଛନ୍ତି । ସେନା ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି କି ଇଏଲଏନ ବୁଧବାର ଭୋର ପ୍ରାୟ ୩ଟା ସମୟରେ ଏହି ଆକ୍ରମଣ କରିଛି ।

Share