Categories: ଜାତୀୟ

ଗୁପ୍ତଧନ ଲାଳସାରେ ୯ବର୍ଷର ଶିଶୁକୁ ବଳି, ୪ଗିରଫ

ନାସିକ,୨୩।୭: ଅତ୍ୟଧିକ ଲୋଭ ମଣିଷକୁ ବିବେକଶୂନ୍ୟ କରିଦିଏ। ଏହି ଉଦାହରଣର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନାଶିକ ଜିଲାରେ। ଗୁପ୍ତଧନ ଲାଳସାରେ ୪ଜଣ ବ୍ୟକ୍ତି ୯ବର୍ଷର ଶିଶୁକୁ ବଳି ଦେଇଛନ୍ତି। ଏହି ମାମଲାରେ ପୋଲିସ ୪ଜଣଙ୍କୁ ଗିରଫ କରିଛି। ପୋଲିସର ସୂଚନାନୁସାରେ, ଜୁଲାଇ ୧୬ରେ ମାଲେଗାଓଁ ତାଲୁକାରେ ଗୁପ୍ତଧନ ପାଇବା ଲୋଭରେ ଏହି ସମ୍ବେଦନଶୀଳ ଘଟଣା ଘଟିଛି।

ପୋଲିସ ଅଧିକାରୀ କହିଛନ୍ତି ଯେ, ପୋହେନ ଶିବର ଗାଁ ପଡ଼ିଆରେ ଖେଳୁଥିବାବେଳେ ଶିଶୁଟିକୁ ଅଭିଯୁକ୍ତମାନେ ଅପହରଣ କରିଥିଲେ। ଅଭିଯୁକ୍ତ ତାର ଗଳା କାଟି ଅଧା ମୃତଦେହକୁ ଭୂମିରେ ପୋତି ଦେଇଥିଲେ। ଜୁଲାଇ ୧୮ ରେ ମୃତଦେହ ମିଳିବା ପରେ ପୋଲିସ ହତ୍ୟା ମାମଲା ରୁଜୁ କରିଛି। ସମସ୍ତ ଚାରି ଅଭିଯୁକ୍ତ ସମାନ ଗାଁର ବାସିନ୍ଦା। ଅଭିଯୁକ୍ତମାନେ ହେଲେ ଉମାଜୀ ମୋରେ (୪୨), ରୋମା ମୋରେ (୨୫), ରମେଶ ସୋନାଭାନେ (୨୧) ଏବଂ ଗଣେଶ ସୋନାଭାନେ (୧୯) ବୋଲି ପୋଲିସ କହିଛି।

Share