ଗଙ୍ଗାଜଳ ବ୍ୟବହାର କରୁଥିବା ୯୦ ପ୍ରତିଶତଙ୍କୁ ହୋଇନି କରୋନା ସଂକ୍ରମଣ: ଆମେରିକା ପତ୍ରିକା

ନୂଆଦିଲ୍ଲୀ, ୨୧।୯: ଗଙ୍ଗାଜଳ ବ୍ୟବହାର କରୁଥିବା ୯୦ ପ୍ରତିଶତ ଲୋକଙ୍କୁ କରୋନା ସଂକ୍ରମଣ ହୋଇନି। ଏନେଇ ଆମେରିକା ବିଜ୍ଞାନ ପତ୍ରିକା ଇଣ୍ଟରନ୍ୟାଶନାଲ ଜର୍ନାଲ ଅଫ୍‌ ମାଇକ୍ରୋବାୟୋଲୋଜିରେ ତଥ୍ୟ ଭିତିକ ରିପୋର୍ଟ ପ୍ରକାଶ ପାଇଛି। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ, ଗଙ୍ଗାଜଳ ବ୍ୟବବହାର କରୁଥିବା ଲୋକଙ୍କ ମଧ୍ୟରୁ ୧୦ ପ୍ରତିଶତଙ୍କୁ କରୋନା ସଂକ୍ରମଣ ହୋଇଛି। ଏହି ରିପୋର୍ଟ ଏବେ ଆମେରିକା ପତ୍ରିକାରେ ପ୍ରକାଶିତ ହୋଇଥିବା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ନ୍ୟୁରୋଲୋଜି ବିଭାଗର ମୁଖ୍ୟ ଡ. ରାମେଶ୍ୱର ଚୌରାସିଆ ଏବଂ ଡ. ବି.ଏନ୍‌. ମିଶ୍ରା ସୂଚନା ଦେଇଛନ୍ତି। ଗଙ୍ଗାଜଳରେ ଥିବା ରୋଗ ପ୍ରତିରୋଧକ ଶକ୍ତି ସମ୍ପର୍କରେ ଏହି ରିପୋର୍ଟରେ ପ୍ରକାଶ ପାଇଛି। ନିୟମିତ ଗଙ୍ଗାସ୍ନାନ ଏବଂ ଏହାର ଜଳକୁ ଦୈନଦିନ ଜୀବନରେ ବ୍ୟବହାର କରୁଥିବା ଲୋକଙ୍କଠାରେ କରୋନା ସଂକ୍ରମଣ କମ୍‌ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଗଙ୍ଗାକୂଳରେ ଥିବା ୪୨ ଟି ଜିଲାରେ କରୋନା ସଂକ୍ରମଣ ସମଗ୍ର ଦେଶର ସଂକ୍ରମଣ ତୁଳନାରେ ୫୦ ପ୍ରତିଶତ କମ୍‌ ରହିଥିବା ଏଥିରେ କୁହାଯାଇଛି। ଗଙ୍ଗାଘାଟରେ ୪୯ ଜଣଙ୍କ ନମୁନା ମଧ୍ୟରୁ ଜଣେ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହି ରିପୋର୍ଟକୁ ଆଇଏମ୍‌ଏସ୍‌ ଇଥିକାଲ କମିଟି ପାଖକୁ ପଠାଯାଇଛି। ୧୨ ଜଣିଆ ଇଥିକାଲ କମିଟିର ଅନୁମୋଦନ ମିଳିଲେ ଗଙ୍ଗାଜଳକୁ ୨୫୦ ଜଣଙ୍କ ଉପରେ ପ୍ରୟୋଗ କରାଯାଇ ପରୀକ୍ଷା ନିରୀକ୍ଷା ହେବ। ଏହା ପରେ ପରୀକ୍ଷା ରିପୋର୍ଟକୁ ଆଇସିଏମ୍‌ଆର୍‌କୁ ପଠାଯିବ ବୋଲି ଡ. ବି.ଏନ୍‌. ମିଶ୍ରା କହିଛନ୍ତି।

Share