Categories: ଜାତୀୟ

କେରଳରେ ନିପା ଆତଙ୍କ: କଡ଼ାକଡ଼ି ହେବ କଟକଣା

କୋଝିକୋଡ୍‌,୧୬ା୯: କେରଳରେ ଆଉ ଜଣେ ନିପା ଭୂତାଣୁ ସଂକ୍ରମିତ ଚିହ୍ନଟ ହେବା ପରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏନେଇ କୋଝିକୋଡ୍‌ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି। ଏପରି କି ସରକାର କଟକଣାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛନ୍ତି।

କେରଳରେ ନିପା ସଂକ୍ରମିତଙ୍କ ସଂଖ୍ୟା ୬ରେ ପହଞ୍ଚି ଥିବାବେଳେ ଭୂତାଣୁ ସଂକ୍ରମଣରେ ୨ ଜଣଙ୍କ ମୃତ୍ୟୁ ଘଟିଲାଣି। ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସଂଖ୍ୟା ୧,୦୮୦ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩୨୭ଜଣ ସ୍ବାସ୍ଥ୍ୟକର୍ମୀ।

Share