ନିପାଣିଆ ବିଜୁ ସେତୁ ଉଦ୍‌ଘାଟନ ପୂର୍ବରୁ ଫଳକ ଭାଙ୍ଗିଲେ ଦୁର୍ବୃତ୍ତ

ମହାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନଦୀ ନାଳ ଘେରା ବତିଘର ପଞ୍ଚାୟତର ଦକ୍ଷିଣ ବରକୋଳି ଖୋଳା-ନିପାଣିଆ ଖୋଳା ନଦୀ ଉପରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ବିଜୁ ସେତୁ ନିର୍ମାଣ ହୋଇଥିଲା। ଏହି ସେତୁକୁ ଶୁକ୍ରବାର ପୂର୍ବାହ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଉଦ୍‌ଘାଟନ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ହେଲେ ଗୁରୁବାର ବିଳମ୍ବିତ ରାତିରେ ସେତୁ ଉଦ୍‌ଘାଟନ ପାଇଁ ଲାଗିଥିବା ଫଳକକୁ ଦୁର୍ବୃତ୍ତମାନେ ଭାଙ୍ଗି ରାସ୍ତାରେ ଫିଙ୍ଗି ଦେଇଥିଲେ। ବିଭିନ୍ନ ସ୍ଥାନରେ ଶିଳାନ୍ୟାସ, ଉଦ୍‌ଘାଟନ ଓ ସଭା ପରେ ମନ୍ତ୍ରୀ ନାୟକ ନିପାଣିଆ ବିଜୁ ସେତୁକୁ ବ୍ୟାନର ଲଗାଇ ଉଦ୍‌ଘାଟିତ କରି କାମ ଚଳାଇ ନେଇଥିଲେ। ଶୁଣିବାକୁ ମିଳୁଛି, ଦଳୀୟ ଅସନ୍ତୋଷ ଗୋଷ୍ଠୀ ଓ ଦଳ ବିରୋଧୀଙ୍କ ମିଳିତ ସହଯୋଗରେ ସେତୁ ଉଦ୍‌ଘାଟନ ପୂର୍ବରୁ ଏହି ଫଳକ ଭଙ୍ଗା ଯାଇ ଥାଇପାରେ ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ବ୍ଲକ ଅନ୍ତର୍ଗତ ବତିଘର ପଞ୍ଚାୟତରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ମନ୍ତ୍ରୀ ନାୟକ ଉଦ୍‌ଘାଟନ କରିଥିଲେ। ପରେ ଦକ୍ଷିଣ ଖୋଳାଠାରେ ଏକ ସାଧାରଣ ସଭାରେ ମନ୍ତ୍ରୀ ନାୟକ ଯୋଗଦେଇ ସରକାରଙ୍କ ଜନ କଲ୍ୟାଣ ମୂଳକ ଯୋଜନାଗୁଡିକ କିପରି ଗ୍ରାମାଞ୍ଚଳରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚତ୍ବ ସେଥିପାଇଁ ସରକାର ସବୁ ବ୍ୟବସ୍ଥା କରିଛନ୍ତି। ଏହି ବତିଘର ଉପାନ୍ତ ଅଞ୍ଚଳରେ ବିଦ୍ୟୁତ୍‌ ସେବାଠାରୁ ଆରମ୍ଭ କରି ପାନୀୟ ଜଳ, ରାସ୍ତା ଘାଟ, ବୋଟ ଯୋଗେ ଆମ୍ବୁଲାନ୍ସ ସେବା, ପ୍ରାଥମିକ ଚିକିତ୍ସାଳୟ ନିର୍ମାଣ ହୋଇଛି। ଯେପରି ପଞ୍ଚାୟତର କୌଣସି ଲୋକ ମୌଳିକ ସେବାରୁ ବଞ୍ଚତ୍ତ ରହିବ ନାହିଁ ବୋଲି କହିଥିଲେ। ଏହି ଅବସରରେ ମିଶନ ଶକ୍ତି ନୂତନ ଗୃହ, ବିଦ୍ୟା ସାଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଜ୍ଞାନମୟୀ ଉଚ୍ଚ ବିଦ୍ୟାଳୟର ନୂତନ ଗୃହର ଶିଳାନ୍ୟାସ, ଉକ୍ତ ବିଦ୍ୟାଳୟ ପରିସରରେ ଏକ ନୂତନ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଉଦ୍‌ଘାଟନ କରିଥିଲେ। ମନ୍ତ୍ରୀଙ୍କ ସଭାରେ ଗ୍ରାମ୍ୟ ଉନ୍ନୟନ ଅଧୀକ୍ଷଣ ଯନ୍ତ୍ରୀ ରାଜେଶ କୁମାର ପ୍ରଧାନ, ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତ, ବିଡିଓ ସାଗର କୁମାର ନନ୍ଦ, ସ୍ଥାନୀୟ ସରପଞ୍ଚ ଶିବାନୀ ବିଜୁଳି, ଜିଲା ପରିଷଦ ସଦସ୍ୟ ମୃତ୍ୟୁଞ୍ଜୟ ମଣ୍ଡଳ, ବ୍ଲକ ଉପାଧ୍ୟକ୍ଷ ବିଜୟ କୁମାର ଶୁକ୍ଳା, ପୂର୍ବତନ ସରପଞ୍ଚ ଗିରିଧାରୀ ଗିରି, ଯୁବନେତା ଦେବେନ୍ଦ୍ର କୁମାର ଦାସ, ଗୁରୂପଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଭାରେ ସ୍ଥାନୀୟ ମହିଳାପୁରୁଷ, ବରିଷ୍ଠ ମୁରବି ଓ କର୍ମୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲ ଉପରେ ୫ଫୁଟ୍‌ର ବର୍ଷାପାଣି

ପାଟଣା,୨୫।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳିପଶି ପଞ୍ଚାୟତର ନୂଆପଡ଼ା ଦେଇ ଯାଇଥିବା ସୀତା ନଦୀ ପୋଲ ଉପରେ ମଙ୍ଗଳବାର ଅପରାହ୍ନରୁ ୫ ଫୁଟ୍‌ର...

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଏଫ୍‌ଏମ୍‌ୟୁର ୩ ପ୍ରଫେସର

ବାଲେଶ୍ୱର, ୨୫।୯(ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ(ଏଫଏମ୍‌ୟୁ) ରସାୟନ ବିଜ୍ଞାନ ପ୍ରଫେସର ପଙ୍କଜ କୁମାର ପାଢ଼ୀ, ଗଣିତ ବିଭାଗର ଡ. ଗୌରାଙ୍ଗ ସି ସାମନ୍ତ ଏବଂ...

ନକଲି ପେଟ୍ରୋଲ, ଡିଜେଲ ୮୦ ଟଙ୍କାରେ କିଣି ବିକୁଛନ୍ତି…

ଜଳେଶ୍ୱର, ୨୫।୯(ନବୀନ ସାହୁ)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆରେ ଅଞ୍ଚଳରେ ମିଳୁଛି ନକଲି ପେଟ୍ରୋଲ ଓ ଡିଜେଲ। ଯାହା ପଶ୍ଚିମବଙ୍ଗରୁ ଆସି ସୀମାନ୍ତବର୍ତ୍ତୀ ଅଞ୍ଚଳ ଚୂଡ଼ାମଣିପୁର...

ବିଦ୍ୟୁତ୍‌ କାର୍ଯ୍ୟାଳୟ ହୋହଲ୍ଲା: ଘେରିଲେ …

ପାଟଣା,୨୫।୧(ବୀରକିଶୋର ଦାଶ)ଚ ଅଘୋଷିତ ବିଦ୍ୟୁତ୍‌କାଟ୍‌ ପ୍ରତିବାଦରେ ଉପଭୋକ୍ତାମାନେ କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଉପଖଣ୍ଡ ବିଦ୍ୟୁତ୍‌ କାର୍ଯ୍ୟାଳୟକୁ ମଙ୍ଗଳବାର ଅପରାହ୍ନରେ ଘେରାଉ କରିଥିଲେ। ସବ୍‌...

ପୋଲିସକୁ ନାକେଦମ କଲେଣି ଯୁବକ: କାବୁ କରିବାକୁ ୨ ପ୍ଲାଟୁନ ଫୋର୍ସ

ବଣାଇଁ,୨୫।୯: ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ବଡ଼ଜଲ ଗଁାରେ ଜଣେ ଯୁବକ ଉନ୍ମତ୍ତକାଣ୍ଡ କରିଛନ୍ତି। ସେ ଧନୁତୀର ଧରି ଡରାଇବା ସହ...

ନାବାଳିକାଙ୍କୁ ଅପହରଣ ଅଭିଯୋଗ

ଯୋଡା, ୨୪ା୯(ମାନସ ମହାନ୍ତି)-କେନ୍ଦୁଝର ଜିଲା ବାମେବାରୀ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ଥାନାରେ ଅଭିଯୋଗ ହେବା...

ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ

ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ଇଂ. ରଘୁନାଥ ଜଗଦଲା। ୨୦୨୪ ନିର୍ବାଚନରେ ସେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ...

ଆଜି କଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ: ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨୫ ଲକ୍ଷ ଭୋଟର

ଶ୍ରୀନଗର,୨୫ା୯ (ପି.ଟି.):ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ବୁଧବାର ଅନୁଷ୍ଠିତ ହେବାକୁ ଯାଉଛି। ୫ ଜିଲାର ୨୬ ଆସନରେ ୨୫ ଲକ୍ଷ ମତଦାତା ୨୩୯...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri