କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ ନିର୍ବାଚନ କିପରି ସୁପରିଚାଳନା ହୋଇପାରିବ, ସେ ସମ୍ପର୍କରେ ଉପସ୍ଥିତ ନେତୃତ୍ୱ ଓ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି।
ଏହି ଅବସରରେ  ଛୟାଳସିଂହ, ଗଣିଜାଙ୍ଗ, ବସନ୍ତିଆ, ଓଡ଼ଙ୍ଗ, ମହାନ୍ତିପଡ଼ା, ବିଟିପୁର ଆଦି ପଞ୍ଚାୟତରୁ ଅନ୍ୟ ଦଳ ଛାଡ଼ି ୩୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ ସ୍ତରୀୟ ନେତୃତ୍ୱ ଓ କର୍ମୀ କଂଗ୍ରେସରେ ଯୋଗ ଦେଇଛନ୍ତି। ନିରଞ୍ଜନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ କଂଗ୍ରେସରେ ସାମିଲ ହୋଇଥିବା କହିଥିଲେ। ସମସ୍ତ ନବାଗତ କର୍ମୀଙ୍କୁ ନିରଞ୍ଜନ ସ୍ବାଗତ କରିଥିଲେ।
ପୂର୍ବତନ ଜିଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ବ୍ଲକ ସଭାପତି ରାଜକିଶୋର ସ୍ବାଇଁ, ପୂର୍ବତନ ବ୍ଲକ ସଭାପତି ଲକ୍ଷ୍ମୀଧର ସାହୁ, ନିରଞ୍ଜନ ମଲ୍ଲିକ, ଯୁବନେତା ଜ୍ୟୋତି ରଞ୍ଜନ ନାୟକ, ଇଂ. ସୁଧାଂଶୁ ନାୟକ, ଇଂ. ଲକି ମାଷ୍ଟର ସ୍ବାଇଁ, ବ୍ଲକ ମହିଳା ସଭାନେତ୍ରୀ ପ୍ରତିମା ଘଡ଼େଇ, ନିର୍ବାଚନମଣ୍ଡଳୀ ଯୁବ ସଭାପତି ସାଦ୍ଦ୍‌ ସିଦ୍ଦିକ୍‌, ବ୍ଲକ ଯୁବ ସଭାପତି ସନ୍ଦୀପ ଜେନାଙ୍କ ସହ ପଞ୍ଚାୟତସ୍ତରୀୟ ନେତା ଓ ଜୋନ୍‌ କମିଟିର ସଭ୍ୟମାନେ କର୍ମୀ ସମ୍ମିଳନୀରେ ଉପସ୍ଥିତ ଥିଲେ।