ନିରଞ୍ଜନଙ୍କ ହାତରୁ ଗଲା ଅର୍ଥ ବିଭାଗ

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ପୂର୍ବତନ ମନ୍ତ୍ରୀଙ୍କୁ ପୁଣିଥରେ ନିଜ କ୍ୟାବିନେଟ୍‌ରେ ସାମିଲ କରିଛନ୍ତି। ସେମାନେ ହେଲେ ବିକ୍ରମ କେଶରୀ ଆରୁଖ, ସାରଦା ପ୍ରସାଦ ନାୟକ ଓ ସୁଦାମ ମାରାଣ୍ଡି। ଏହି ୩ ଜଣ ସୋମବାର କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ଗଣେଶୀ ଲାଲ୍‌ ଲୋକସେବା କନ୍‌ଭେନ୍‌ଶନ ହଲ୍‌ରେ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
୩ ମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ବିଭାଗ ଦାୟିତ୍ୱ ବଣ୍ଟନ କରିଛନ୍ତି। ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ହାତରେ ପୂର୍ବରୁ ଅର୍ଥ ଓ ସଂସଦୀୟ ବ୍ୟାପାର ବିଭାଗ ଥିଲା। ନବ ଦାସଙ୍କ ମୃତ୍ୟୁ ପରେ ଅର୍ଥ ସହିତ ନିରଞ୍ଜନଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱ ଦିଆଯାଇଥିଲା। ଏବେ ନିରଞ୍ଜନଙ୍କ ନିକଟରୁ ଅର୍ଥ ବିଭାଗ କାଢ଼ି ନିଆଯାଇ ତାଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ବିଭାଗ ଦାୟିତ୍ୱ ଦିଆଯାଇଛି। ବାଚସ୍ପତି ପଦରୁ ଇସ୍ତଫା ଦେଇ ମନ୍ତ୍ରୀ ହୋଇଥିବା ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗ ଦାୟିତ୍ୱ ଦିଆଯାଇଥିବାବେଳେ ସାରଦା ପ୍ରସାଦ ନାୟକଙ୍କୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଏବଂ ସୁଦାମ ମାରାଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ କରାଯାଇଛି। ପୂର୍ବରୁ ଶ୍ରୀକାନ୍ତ ସାହୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ଥିବା ବେଳେ ସମୀର ରଞ୍ଜନ ଦାଶ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦାୟିତ୍ୱରେ ଥିଲେ। ଗତ ୧୨ ତାରିଖରେ ଉଭୟ ନିଜ ପଦରୁ ଇସ୍ତଫା ଦେଇଥିଲେ। ଉଭୟ ରାଷ୍ଟ୍ରପାହ୍ୟା(ସ୍ବାଧୀନ) ମନ୍ତ୍ରୀ ଥିବା ବେଳେ ଉକ୍ତ ଦୁଇ ବିଭାଗର ମନ୍ତ୍ରୀଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିଛି।
ନବୀନଙ୍କ ପୂର୍ବ ମନ୍ତ୍ରିମଣ୍ଡଳରେ ଗଞ୍ଜାମ ଜିଲାରୁ ଉଷା ଦେବୀ ଓ ଶ୍ରୀକାନ୍ତ ସାହୁଙ୍କୁ ମନ୍ତ୍ରୀ କରାଯାଇଥିବାବେଳେ ବିକ୍ରମ ଆରୁଖଙ୍କୁ ବାଚସ୍ପତି ପଦବୀରେ ବସାଯାଇଥିଲା। ସେହିପରି ପଶ୍ଚିମ ଓଡ଼ିଶାର ୫ ଜିଲାକୁ ମନ୍ତ୍ରୀ ପଦ ମିଳିଥିଲା। ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ନବ କିଶୋର ଦାସଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ ପଦ ମିଳିଥିବାବେଳେ ରୋହିତ ପୂଜାରୀ ଓ ରୀତା ସାହୁଙ୍କୁ ରାଷ୍ଟ୍ରପାହ୍ୟା ମନ୍ତ୍ରୀ କରାଯାଇଥିଲା। ନବ ଦାସଙ୍କ ମୃତ୍ୟୁ ପରେ ପଶ୍ଚିମ ଓଡ଼ିଶାରୁ ଗୋଟିଏ ମନ୍ତ୍ରୀ ପଦବୀ ଖାଲି ପଡ଼ିଥିଲା। ଅନ୍ୟପକ୍ଷରେ ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରୁ କୌଣସି ମନ୍ତ୍ରୀ ନ ଥିଲେ। ଦଳୀୟ ସଙ୍ଗଠନକୁ ମଜଭୁତ କରିବା ପାଇଁ ନବୀନ ଏହି ଦୁଇ ଜିଲାକୁ ଗୁରୁତ୍ୱ ଦେଇଥିବା କୁହାଯାଉଛି। ଫଳରେ ପୂର୍ବତନ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ନାୟକ ଓ ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡିଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯାଇଛି। ତେବେ ପଶ୍ଚିମ ଓଡ଼ିଶାରୁ ଗୋଟିଏ ମନ୍ତ୍ରୀ ପଦବୀ କମ୍‌ ହୋଇଯାଇଥିଲେ ମଧ୍ୟ କାହାକୁ ମନ୍ତ୍ରିମଣ୍ଡଳରେ ସାମିଲ କରା ନ ଯିବା ନେଇ ଅସନ୍ତୋଷ ଦେଖାଦେଇଛି। ପୂର୍ବତନ ମନ୍ତ୍ରୀ ତଥା ଭଟ୍‌ଲି ବିଧାୟକ ସୁଶାନ୍ତ ସିଂଙ୍କୁ ମନ୍ତ୍ରୀ କରା ନ ଯିବା ନେଇ ସମର୍ଥକମାନେ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏପରି କି ସମୂହ ଇସ୍ତଫା ଦେବା କଥା ଉଠାଇଛନ୍ତି। ତେବେ ସୁଶାନ୍ତ ସିଂ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ବିବାଦୀୟ ହୋଇଥିବାରୁ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇ ନ ଥିବା କୁହାଯାଉଛି। ଅନ୍ୟପକ୍ଷରେ ପୁରୀ ଜିଲାରେ ୨ ଜଣ ମନ୍ତ୍ରୀ ଥିବାବେଳେ ଏବେ କେବଳ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ରାଜ୍ୟପାହ୍ୟା ମନ୍ତ୍ରୀ ଅଛନ୍ତି।
ଅନ୍ୟପକ୍ଷରେ ବାଚସ୍ପତି ପଦବୀ ପୂରଣ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ବାଚସ୍ପତି ପଦରେ ସରକାର କାହାକୁ ବସାଇବେ ସେନେଇ କଳ୍ପନାଜଳ୍ପନା ଜାରି ରହିଛି। ଏହିି ପଦ ପାଇଁ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ, ଅମର ପ୍ରସାଦ ଶତପଥୀ, ଦେବୀ ପ୍ରସାଦ ମିଶ୍ର ଏବଂ ଉଷା ଦେବୀଙ୍କ ନାଁ ଚର୍ଚ୍ଚାରେ ରହିଛି। ତେବେ ନବୀନ କାହାକୁ ଏହି ଗୁରୁଦାୟିତ୍ୱ ଦେବେ ତାହା ଉପରେ ଏବେ ସଭିଙ୍କ ନଜର। ଆଉ ଦିନେ ଦୁଇଦିନ ମଧ୍ୟରେ ଏ ନେଇ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି।
ଶପଥ ଗ୍ରହଣ କାର୍ଯ୍ୟକ୍ରମ ୯ଟା ୫୦ ମିନିଟ୍‌ରେ ଆରମ୍ଭ ହୋଇ ୯ଟା ୫୯ ମିନିଟ୍‌ରେ ଶେଷ ହୋଇଥିଲା। ନୂଆ ମନ୍ତ୍ରୀମାନେ ଶପଥ ଗ୍ରହଣର ପ୍ରାୟ ୧ ଘଣ୍ଟା ପୂର୍ବରୁ ଆସି ନିଜ ନିଜ ଆସନରେ ବସିଥିଲେ। ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ପହଞ୍ଚିବା ପରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଥିଲା। ଶପଥ ଗ୍ରହଣ ବେଳେ ମନ୍ତ୍ରୀ ଅଶୋକ ପଣ୍ଡା, ରୋହିତ ପୂଜାରୀ, ଏମ୍‌ପି ପ୍ରମିଳା ବିଶୋଇଙ୍କ ସମେତ କଟକ ଓ ଭୁବନେଶ୍ୱର ମହାନଗର ନିଗମର ମେୟର, ଦଳୀୟ ନେତା ଏବଂ ସମର୍ଥକମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ପାଇଁ ୧୨ ଶ୍ରମିକଙ୍କୁ ଲୁଚାଇ ରଖିଥିଲେ ଦଲାଲ: ମାଡ଼ିବସିଲା ପୋଲିସ

ଲାଠୋର,୨୮।୧୦(ଭୁବନେଶ୍ୱର ବାରିକ): ଲାଠୋର ପୋଲିସ ସୋମବାର ସନ୍ଧ୍ୟାରେ ଲାଠୋର ଗ୍ରାମର ଏକ ପରିତ୍ୟକ୍ତ ଘରୁ ୧୨ ଜଣ ଦାଦନ ଶ୍ରମିକ ଓ ଜଣେ ଶିଶୁଙ୍କୁ ଉଦ୍ଧାର...

ଧନତେରସରେ ସୁନା କିଣିବାକୁ ଯୋଜନା କରୁଛନ୍ତି କି? ଜାଣିନିଅନ୍ତୁ ନୂଆ ଦର

ଭୁବନେଶ୍ୱର,୨୮।୧୦: ରାତି ପାହିଲେ ସୁଖ ଓ ସମୃଦ୍ଧିର ପର୍ବ ଧନ ତ୍ରୟୋଦଶୀ ବା ଧନତେରସ। କୁହାଯାଏ ଏହିଦିନ ସୁନା ଗହଣା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି।...

୧୪ ବର୍ଷ ପୂର୍ବେ ନାବାଳିକାଙ୍କୁ ଦେଇଥିଲେ ଯୌନ ନିର୍ଯାତନା: ଏବେ ମିଳିଲା ଦଣ୍ଡ

ଭବାନୀପାଟଣା,୨୮ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ଅଞ୍ଚଳରେ ୨୦୨୦ରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାର ରାୟ ସୋମବାର ପ୍ରକାଶ ପାଇଛି।...

ରାଜ୍ୟବାସୀଙ୍କୁ ମିଳିବ ୨ ସ୍ବାସ୍ଥ୍ୟ କାର୍ଡ, ଜାଣନ୍ତୁ କିପରି କରିବେ ରେଜିଷ୍ଟ୍ରେଶନ, କ’ଣ ଡକ୍ୟୁମେଣ୍ଟ ଆବଶ୍ୟକ

ଭୁବନେଶ୍ୱର,୨୮।୧୦: ମଙ୍ଗଳବାର ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ-୨ ଆରମ୍ଭ ହେବ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ କାର୍ଡରେ ୨୭...

କେଉଁ ଦିନ ପାଳନ କରିବେ ଦୀପାବଳି, ୩୧ ନା ୧, ଦ୍ୱନ୍ଦରେ ଅଛନ୍ତି କି?

ଭୁବନେଶ୍ୱର,୨୮।୧୦: ପୂର୍ବରୁ ଅନେକ ପର୍ବପର୍ବାଣୀ ଦୁଇଦିନ ପଡ଼ିଥିବାବେଳେ ଏବେ ଦୀପାବଳିକୁ ନେଇ ପୁଣି ଦ୍ବନ୍ଦ୍ବ ଦେଖାଦେଇଛି । ବିଭିନ୍ନ ପାଞ୍ଜିରେ ଏନେଇ ଭିନ୍ନ ଭିନ୍ନ ଦିନ...

ଓଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୮।୧୦: ଓଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। କ୍ରୀଡା ଓ ଯୁବ ସେବା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନାଙ୍କୁ ମିଶନ ଶକ୍ତି...

ଘଡ଼ଘଡି ସହ ହେବ ପ୍ରବଳ ବର୍ଷା: ୫ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୮।୧୦: ଉପକୂଳବର୍ତ୍ତୀ ଓଡିଶା ଉପରେ ଊର୍ଦ୍ଧ୍ୱ ବାୟୁ ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଦିଗରେ ଅଗ୍ରସର ହେଉଛିି। ଏହି କ୍ରମରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ଏବଂ ଦକ୍ଷିଣ...

ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା ଦେଲେ ପାରାମେଡିକାଲ ଷ୍ଟାଫ୍

ନୂଆଦିଲ୍ଲୀ,୨୮ା୧୦: ପୁଣି ଲୋୟର ପିଏମଜିରେ ଗର୍ଜିଛନ୍ତି ଚୁକ୍ତିଭିତ୍ତିକ ପାରାମେଡିକାଲ ଷ୍ଟାଫ୍। ସ୍ଥାୟୀ ନିଯୁକ୍ତି ସହିତ ବିଭିନ୍ନ ଦାବି ପୁରଣ ପାଇଁ ସୋମବାର ଧାରଣା ଦେଇଛନ୍ତି ଶହଶହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri