କେବଳ ସ୍ବାର୍ଥ ପାଇଁ ଦଳ ଛାଡ଼ୁଛନ୍ତି: ନିରଞ୍ଜନ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ଓ ନରସିଂହ ମିଶ୍ର ଦଳୀୟ ପଦ ଛାଡିବା ନେଇ ଚର୍ଚ୍ଚା ହେଉଛି। ଏବେ ଏହି ପ୍ରସଙ୍ଗ ଉପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୋ’ ପାଖକୁ ସେମିତି କିଛି ଖବର ଆସିନାହିଁ। ବ୍ୟକ୍ତିଗତ ଭାବେ ମଧ୍ୟ ମୁଁ ସେମାନଙ୍କ ସହ ଆଲୋଚନା କରିନାହିଁ । ଦଳ ପାଇଁ ସେମାନେ ଯେଭଳି କାମ କରୁଛନ୍ତି ସେଭଳି କାମ କରନ୍ତୁ। ଏହାଛଡ଼ା କଂଗ୍ରେସ ନୀତି ଆଦର୍ଶ ଯାହା ଥିଲା ତାହା ରହିଛି, ସେଥିରେ କିଛି ପରିବର୍ତ୍ତନ ହୋଇନାହିଁ। ଯେଉଁମାନେ ଦଳ ଛାଡୁଛନ୍ତି ସେମାନେ କେବଳ ସ୍ବାର୍ଥ ପାଇଁ ଦଳ ଛାଡୁଛନ୍ତି । ଦଳ ଭିତରେ ଶୃଙ୍ଖଳା ଓ କଠିନ ପରିଶ୍ରମ ନିହାତି ଆବଶ୍ୟକ, ନହେଲେ ଜନମତ ପରିବର୍ତ୍ତନ ସମ୍ଭବ ନୁହେଁ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।

Share