ଭୁବନେଶ୍ୱର,୨୩।୫(ବ୍ୟୁରୋ): ଓଡ଼ିଶା କଂଗ୍ରେସର ନୂଆ ପିସିସି ସଭାପତି ଭାବେ ଶରତ ପଟ୍ଟନାୟକ ସୋମବାର ନିଯୁକ୍ତ ହୋଇଛନ୍ତି। ତାଙ୍କୁ ବିଧିବଦ୍ଧ ଭାବେ ଏଆଇସିସି ନିଯୁକ୍ତ କରିଛନ୍ତି। ଏହା ପୂର୍ବରୁ ସେ ୨୦୦୨ରେ ମଧ୍ୟ ପିସିସି ସଭାପତି ଥିଲେ । ଦାୟିତ୍ୱ ମିଳିବା ପରେ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବୁ ବୋଲି ଶରତ କହିଛନ୍ତି । ସଂଗଠନକୁ ସୁଦୃଢ଼ କରିବା ପାଇଁ ମିଳିତ ଭାବେ କାମ କରିବୁ । ବ୍ରଜରାଜନଗର ଉପନିର୍ବାଚନ ପରେ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତି କରିବୁ ବୋଲି ସେ କହିଛନ୍ତି।
ନୂଆ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଶରତଙ୍କ ନେତୃତ୍ୱରେ ସଫଳତା ପାଇବୁ ବୋଲି ନିରଞ୍ଜନ କହିଛନ୍ତି। ନୂଆ ସଭାପତିଙ୍କ ନେତୃତ୍ୱରେ ଦଳ ଆଗକୁ ବଢ଼ିବ ବୋଲି ସେ ଆଶାବାଦୀ ଥିବା ପ୍ରତିକ୍ରିୟା ରଖିଛନ୍ତି।