ଭୁବନେଶ୍ୱର,୯।୭(ବ୍ୟୁରୋ): ନିଯୁକ୍ତି ପ୍ରସଙ୍ଗରେ ସରକାରଙ୍କ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଅବସରପ୍ରାପ୍ତ ଆଇଏଏସ୍/ଓଏଏସ୍ଙ୍କୁ ପୁନଃ ନିଯୁକ୍ତି ଦେବାରେ ସରକାର ସିଦ୍ଧହସ୍ତ। ଚାକିରି ନାହିଁ କହି ସରକାର ଇତି ମଧ୍ୟରେ ୧୦ରୁ ଊର୍ଦ୍ଧ୍ୱ ପୁନଃ ନିଯୁକ୍ତି ଦେଲେଣି। କେବଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୯ଜଣ ନିଯୁକ୍ତି ପାଇଛନ୍ତି। ସତେ ଯେପରି ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ। ବେକାର ଯୁବକଙ୍କ ପାଇଁ ଚିନ୍ତା ନାହିଁ, କେବଳ ପୁନଃନିଯୁକ୍ତି ପାଇଁ ବ୍ୟସ୍ତ ବୋଲି ନିରଞ୍ଜନ କହିଛନ୍ତି।