ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ନବରଙ୍ଗପୁର ପୂର୍ବତନ ଏମ୍ପି ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ଏହି କ୍ରମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସେବା ନୁହେଁ, ହେବା ପାଇଁ ପ୍ରଦୀପ ଦଳ ଛାଡ଼ିଛନ୍ତି। ତାଙ୍କ ମନ ଅସ୍ଥିର, କାଲି କୁଆଡେ ଯିବେନାହିଁ ବୋଲି କହିଥିଲେ। ହେଲେ ଆଜି ଛାଡ଼ିଦେଲେ। କଂଗ୍ରେସରେ ଯେଉଁ ପଦବୀ ଏବଂ ସମ୍ମାନ ପାଉଥିଲେ, ତାହା ପାଉଛନ୍ତି କି ନାହିଁ ଦେଖିବା ବୋଲି ସେ କହିଛନ୍ତି।
ପ୍ରକାଶ ଯେ, ପ୍ରଦୀପ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି। ଗରିବ ଲୋକଙ୍କ ସେବା କରିବା ଲାଗି କଂଗ୍ରେସରେ ଯୋଗ ଦେଇଥିଲେ। ଦଳ ମଧ୍ୟ ଏଥିପାଇଁ ସୁଯୋଗ ଦେଇଥିଲା। ତେବେ ଅତି ଦୁଃଖର ସହ ଏଭଳି ନିଷ୍ପତ୍ତି ନେଉଥିବା ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।