ଲଣ୍ଡନ,୧୦।୧୧: ପଳାତକ ନୀରବ ମୋଦିଙ୍କ ଭାରତକୁ ପ୍ରତ୍ୟର୍ପଣ ନେଇ ବର୍ତ୍ତମାନ ରାସ୍ତା ସଫା ହୋଇଯାଇଛି। ବ୍ରିଟେନ ହାଇକୋର୍ଟ ନିରବ ମୋଦିଙ୍କ ପ୍ରତ୍ୟର୍ପଣ ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ଇତିମଧ୍ୟରେ ନୀରବଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଭାରତକୁ ନ ଫେରିବା ପାଇଁ ନୀରବ ଯୋଜନା କରୁଥିବା ବେଳେ ବ୍ରିଟେନରେ ରାଜନୈତିକ ଆଶ୍ରୟ ପାଇଁ ଆବେଦନ କରିଛନ୍ତି। ସୂଚନାଯୋଗ୍ୟ, ବ୍ରିଟେନ କର୍ତ୍ତୃପକ୍ଷଙ୍କଠାରୁ ନୀରବ ଆଶ୍ରୟ ମାଗିଥିଲେ। ଯାହା ଦ୍ୱାରା କୋର୍ଟଙ୍କଠାରୁ ପ୍ରତ୍ୟର୍ପଣ ହେବା ପରେ ମଧ୍ୟ ସେ ଭାରତକୁ ଆଉ ଫେରିପାରିବେ ନାହିଁ। ତେବେ ତାଙ୍କ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯାଇଛି ନା କର୍ତ୍ତୃପକ୍ଷଙ୍କ ନିକଟରେ ବିଚାରାଧୀନ ରହିଛି ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ କୁହାଯାଉଛି ଯେ, ଭାରତକୁ ନ ଫେରିବା ପାଇଁ ନୀରବ ଆଶ୍ରୟର ରାସ୍ତା ଆପଣାଇଛନ୍ତି। ଯଦି ବ୍ରିଟେନରେ ଆଶ୍ରୟ ଦିଆଯାଏ, ତେବେ ତାଙ୍କୁ ପ୍ରତ୍ୟର୍ପଣ କରାଯାଇପାରିବ ନାହିଁ।
Posted inଅନ୍ତର୍ଜାତୀୟ