Categories: ଜାତୀୟ

ନୀରବ ମୋଦିଙ୍କ ୨୫୦ କୋଟି ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୨୩ା୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ୨୫୦ କୋଟିର ସମ୍ପତ୍ତି ଜବତ କରିଛି। ମୂଲ୍ୟବାନ ଅଳଙ୍କାର, ବ୍ୟାଙ୍କ ଆକାଉଣ୍ଟ ଓ ରତ୍ନ ପଥର ଆଦି ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ହଂକଂରୁ ଏହି ସମ୍ପତି ଜବତ କରାଯାଇଥିବା ଇଡି ପକ୍ଷରୁ କୁହାଯାଇଛି। ନୀରବ ମୋଦି ବର୍ତ୍ତମାନ ବ୍ରିଟେନ୍‌ ଜେଲରେ। ପିଏନ୍‌ବି ବ୍ୟାଙ୍କରୁ ୨ ଶହ କୋଟି ଠକେଇ କରିଥିବା ନୀରବଙ୍କ ବିରୋଧରେ ସିବିଆଇ ପକ୍ଷରୁ ତଦନ୍ତ ଜାରି ରହିଛି।

Share