Posted inଫୁରସତ

ହେଲ୍‌ମେଟ୍‌ ପିନ୍ଧି ନିର୍ବନ୍ଧ

ରାୟପୁର: ଛତିଶଗଡ଼ର ରାଜନନ୍ଦଗାଓଁ ଜିଲାରେ ଏକ ନିଆରା ନିର୍ବନ୍ଧ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନିଜର ଅନନ୍ୟ ରୀତିନୀତି ହେତୁ ଏବେ ଏହି ନିର୍ବନ୍ଧ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ଥାନୀୟ ଡୋଙ୍ଗରଗଡ ବ୍ଲକର ଜରୱାହି ନିବାସୀ ବୀରେନ୍ଦ୍ର ସାହୁ ଓ କାରିଆଟୋଲା ଗ୍ରାମ ନିବାସୀ ଜ୍ୟୋତି ସାହୁଙ୍କ ମଧ୍ୟରେ ଶନିବାର ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା। ନିର୍ବନ୍ଧର ସମସ୍ତ ରୀତିନୀତି ସରିବା ପରେ ଉଭୟ ବୀରେନ୍ଦ୍ର ଓ ଜ୍ୟୋତି ପରସ୍ପରକୁ ହେଲ୍‌ମେଟ୍‌ ପିନ୍ଧାଇ ସଡ଼କ ସୁରକ୍ଷାର ସଚେତନତାର ବାର୍ତ୍ତା ଦେଇଥିଲେ। ଉଭୟ କନ୍ୟା ଏବଂ ବର ପରସ୍ପରକୁ ହେଲମେଟ ପିନ୍ଧାଉଥିବା ଦେଖି ନିର୍ବନ୍ଧରେ ଯୋଗଦେଇଥିବା ଅତିଥିମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ପରିପ୍ରେକ୍ଷୀରେ ବୀରେନ୍ଦ୍ର କହିଛନ୍ତି, ୨୦୨୨ରେ ତାଙ୍କ ବାପା ପଞ୍ଚରମ ସାହୁଙ୍କର ଏକ ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ହେଲ୍‌ମେଟ ପିନ୍ଧି ନ ଥିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଏବଂ ତାଙ୍କୁ ବଞ୍ଚାଯାଇପାରି ନ ଥିଲା। ସେବେଠାରୁ ସେ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ ହେଲ୍‌ମେଟ ପିନ୍ଧିବା ନେଇ ଲୋକଙ୍କୁ ସଚେତନ କରାଇବା ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗଙ୍କୁ ଉପେକ୍ଷା କରିବା ପାପ

ପ୍ରତିବର୍ଷ ୩ ଡିସେମ୍ବରରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଅକ୍ଷମତା ସହ ଜଡିତ ସମସ୍ୟାଗୁଡିକ ଉପରେ ସଚେତନତା ସୃଷ୍ଟି...

ସୁସ୍ଥ ଜୀବନ ପାଇଁ ପ୍ରଦୂଷଣ ମୁକ୍ତ ପରିବେଶ ଜରୁରୀ

୧୯୮୪ ଡିସେମ୍ବର ୨ ତାରିଖ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସହରର ଏକ ଶୀତୁଆ ବିଲମ୍ବିତ ରାତ୍ରି। ଲୋକମାନେ ଶୋଇଥିଲେ ନିଘୋଡ଼ ନିଦରେ। କିଏ ଜାଣିଥିଲା ଏହା...

ବାପାଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ଯାଜପୁର ଜିଲା ତାଉଁତରା ଗାଁର ଏକ ମଧ୍ୟବିତ୍ତ ପରିବାରରେ ମୋର ଜନ୍ମ। ବାପା ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ। ସେ ବାବଦେ ତାଙ୍କୁ ଯେଉଁ ଭତ୍ତା...

ଏବେ ମଣିଷ ଗାଧୋଇବେ ଓ୍ବାଶିଂ ମେଶିନରେ

ଟୋକିଓ: ଏବେ ପର୍ଯ୍ୟନ୍ତ ଆପଣମାନେ କେବଳ ୱାଶିଂ ମେଶିନ ଜାଣିଛନ୍ତି ଯାହା ପୋଷାକ ଧୋଇଥାଏ, କିନ୍ତୁ ବର୍ତ୍ତମାନ ଏକ ମେଶିନ ପ୍ରସ୍ତୁତ ହୋଇଛି ଯାହା ମଣିଷକୁ...

ଭିଆଇପି ପାସ୍‌ କିଣି କବରସ୍ଥାନ ପରିଦର୍ଶନ

ଲଣ୍ଡନ: କୌଣସି ସ୍ବପରିଜନ କିମ୍ବା ନିକଟ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଗଲେ, କେବଳ ତାଙ୍କର ସ୍ମୃତି ପରିବାର ଲୋକ ଏବଂ ବନ୍ଧୁବାନ୍ଧବଙ୍କ ସହ ରହିଯାଇଥାଏ। ତେବେ ଯେଉଁ...

ଆକାଶରେ ରହସ୍ୟମୟ ଆଲୋକ ସ୍ତମ୍ଭ: କିପରି ହୁଏ ସୃଷ୍ଟି…

ଓଟ୍ଟାଓ୍ବା,୨୮ା୧୧: କାନାଡାର କେନ୍ଦ୍ରୀୟ ଆଲବର୍ଟା ଜନସାଧାରଣ ନିକଟରେ ରାତି ଆକାଶରେ ଶହ ଶହ ଆଲୋକ ସ୍ତମ୍ଭ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ରହସ୍ୟମୟ ଉଜ୍ଜ୍ୱଳ ଆଲୋକ...

କପେ ଚା’କୁ ଲକ୍ଷେ ଟଙ୍କା

ଦୁବାଇ:ସାଉଦି ଆରବର ଦୁବାଇସ୍ଥିତ ଏକ କାଫେରେ ଏପରି ଏକ ଚା’ପରଷା ଯାଉଛି, ଯାହାର ଦାମ ୧ ଲକ୍ଷ ଟଙ୍କା ରହିଛି। ଡିଆଇଏଫ୍‌ସି ଏମିରେଟ୍ସ ପାଇନାନ୍ସିଆଲ ଟାଓ୍ବାର...

ଜାଣନ୍ତି କି କାହିଁକି ହିନ୍ଦୀ ବାମରୁ ଡାହାଣକୁ, ଊର୍ଦ୍ଦୁ ଡାହାଣରୁ ବାମକୁ ଲେଖାଯାଏ, ଏହା ପଛର କାରଣ ଜାଣିଲେ…

ଉଭୟ ହିନ୍ଦୀ ଏବଂ ଉର୍ଦ୍ଦୁ ଭାରତରେ କଥିତ। ଏହି ଦୁଇଟି ଭାଷା ମଧ୍ୟରେ ଅନେକ ସମାନତା ଅଛି, ତଥାପି ସେଗୁଡ଼ିକ ଲେଖିବାରେ ଏକ ବଡ଼ ପାର୍ଥକ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri