Categories: ଜାତୀୟ

ନିର୍ଭୟା ଅଭିଯୁକ୍ତଙ୍କ ସପକ୍ଷରେ କେସ୍‌ ଲଢିଥିବା ଓକିଲ ଏବେ ସଞ୍ଜୟ ରୟଙ୍କ କେସ୍‌ ଲଢିବେ! ଏଭଳି ସର୍ତ୍ତ ରଖି ଓକିଲ କହିଲେ…

ନୂଆଦିଲ୍ଲୀ,୨୨।୮: କୋଲକାତା ଆର.ଜି କର ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ସଞ୍ଜୟ ରୟଙ୍କ କେସ୍‌ କୌଣସି ଓକିଲ ଳଢିବାକୁ ପ୍ରସ୍ତୁତ ନୁହଁନ୍ତି। ଏଭଳି ପରିସ୍ଥିତିରେ ସୁପ୍ରିମକୋର୍ଟର ଓକିଲ ଅଜୟ ପ୍ରକାଶ ସିଂ କୋଲକାତା ଅଭିଯୁକ୍ତ ସଞ୍ଜୟ ରୟଙ୍କ କେସ୍‌ ଲଢିପାରନ୍ତି। ସିଂ କହିଛନ୍ତି ଯେ ଯଦି ମୋତେ ସଞ୍ଜୟ ରୟଙ୍କ ପକ୍ଷରୁ ଯୋଗାଯୋଗ କରାଯାଏ, ତେବେ ମୁଁ କୋର୍ଟରେ ତାଙ୍କ ପକ୍ଷ ରଖିବାକୁ ପ୍ରସ୍ତୁତ ହୋଇପାରେ।

କହିରଖୁଛୁ ଯେ, ଏପି ସିଂ ୨୦୧୨ରେ ନିର୍ଭୟା ମାମଲା ଏବଂ ୨୦୨୦ରେ ହାଥରସ ଗ୍ୟାଙ୍ଗ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କ ସପକ୍ଷରେ ଲଢିଥିଲେ। ଏପି ସିଂ ନିର୍ଭୟା ଉପରେ ଦେଇଥିବା ବିବୃତ୍ତି ମଧ୍ୟ ବିବାଦୀୟ ଥିଲା, ଯେଉଁଥିରେ ସେ ନିର୍ଭୟାଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାଇଥିଲେ।

ଏପି ସିଂ କୋଲକାତାର ଆର୍‌.ଜି କର ହସ୍ପିଟାଲର ଲେଡି ଡାକ୍ତରଙ୍କ ବିଷୟରେ କିଛି କହି ନାହାଁନ୍ତି, କିନ୍ତୁ ଅଭିଯୁକ୍ତଙ୍କ ପାଖରେ ଓକିଲ ରହିବାର ଅଧିକାର ମଧ୍ୟ ଅଛି ବୋଲି ସେ କହିଛନ୍ତି। ନଏପି ସିଂ କହିଛନ୍ତି, ମାମଲା ସହ ଲଢିବାକୁ ପଡିବ। ନହେଲେ ଆଗକୁ କିପରି ବଢିବ।

 

Share