ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ନିର୍ଭୟାଙ୍କ ମା’: ଜାଣନ୍ତୁ କ’ଣ ପାଇଁ …

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଇତିମଧ୍ୟରେ ଦୁଇ ମାସରୁ ଅଧିକ ସମୟ ବିତିସାରିଥିଲେ ହେଁ ଅଭିନେତା ଆତ୍ମହତ୍ୟା କରିବାର କାରଣ ସ୍ପଷ୍ଟ ହୋଇପାରୁନାହିଁ। ଏହି କ୍ରମରେ ଶୁକ୍ରବାର ଦିଲ୍ଲୀ ଗଣଦୁଷ୍କର୍ମ ପୀଡିତା ନିର୍ଭୟାଙ୍କ ମା’ ଆଶା ଦେବୀ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଆଗେଇ ଆସିଛନ୍ତି। ସମଗ୍ର ଦେଶ ତାଙ୍କ ପରିବାର ସହ ରହିଥିବା ସେ ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି, ସୁଶାନ୍ତଙ୍କ ପରିବାରକୁ ବିଶ୍ୱାସ ରଖିବାକୁ ହେବ ଯେ ସତ ଦିନେ ନା ଦିନେ ପଦାକୁ ଆସିବ। ସୁଶାନ୍ତଙ୍କୁ ନିଶ୍ଚୟ ନ୍ୟାୟ ମିଳିବ। ମୁମ୍ବାଇ ପୋଲିସ ସୁଶାନ୍ତ ସିଂଙ୍କ ପରିବାର ସହିତ ଛିଡା ହେବା ଉଚିତ।
ପ୍ରକାଶ ଯେ, ଜୁନ ୧୪ରେ ସୁଶାନ୍ତଙ୍କ ମୃତଦେହ ତାଙ୍କ ମୁମ୍ବାଇସ୍ଥିତ ବାସଭବନରୁ ଉଦ୍ଧାର ହୋଇଥିଲା। ନିକଟରେ ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ୱେତା ସମସ୍ତଙ୍କୁ ସିବିଆଇ ତଦନ୍ତ ପାଇଁ ଏକାଠି ହେବାକୁ ନିବେଦନ କରିଥିଲେ। ଏହାପରେ କଙ୍ଗନା ରାନାୱତ, ଅଙ୍କିତା ଲୋଖଣ୍ଡେ, ବରୁଣ ଧାୱନଙ୍କ ସମେତ ଅନେକ ତାରକା ସୁଶାନ୍ତ ମାମଲାରେ ସିବିଆଇ ତଦନ୍ତକୁ ସମର୍ଥନ କରିଥିଲେ।

Share