Categories: ଜାତୀୟ

ମାମଲା ଲଢ଼ିବେ ନିର୍ଭୟା ଓକିଲ

ଲକ୍ଷ୍ନୌ,୩।୧୦: ହାଥ୍‌ରସ ଗଣ ବଳାତ୍କାର ଓ ହତ୍ୟା ଘଟଣାରେ ପୀଡ଼ିତାଙ୍କ ପରିବାର ସପକ୍ଷରେ ମାମଲା ଲଢ଼ିବେ ସୀମା କୁଶଓ୍ବାହ। ୨୦୧୨ ଦିଲ୍ଲୀ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲା ଲଢ଼ିଥିବା ଓକିଲ ସୀମା ଏନେଇ ସ୍ପଷ୍ଟ କରିଛନ୍ତି। ପ୍ରକାଶଥାଉ କି ନିର୍ଭୟା ମାମଲାରେ ୪ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଇଥିଲା। ହାଥ୍‌ରସରେ ପୀଡ଼ିତାଙ୍କ ପରିବାରକୁ ଭେଟିବା ଲାଗି ଗୁରୁବାର ସେ ଯାଇଥିବାବେଳେ ପୋଲିସ ତାଙ୍କୁ ଅନୁମତି ଦେଇ ନ ଥିଲା। ପୀଡ଼ିତାଙ୍କ ପରିବାରର ଅନୁରୋଧକୁ ଏଡ଼ାଇ ଯାଇପାରିବନାହିଁ ବୋଲି ସୀମା କହିଛନ୍ତି। ପୀଡ଼ିତାଙ୍କ ଭାଇଙ୍କ ସହ ଯୋଗାଯୋଗରେ ଥିବା ସେ ପ୍ରକାଶ କରିଛନ୍ତି।

Share