ଗଞ୍ଜାମରେ ବିଜେଡିକୁ ଝଟ୍‌କା: ଦଳ ଛାଡ଼ିଲେ ରାଜ୍ୟ ସମ୍ପାଦକ ନିର୍ମଳ ସାହୁ

ପୁରୁଷୋତ୍ତମପୁର,୬।୧୦(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାରେ ପୁଣି ବିଜେଡିକୁ ଏକ ବଡ଼ ଝଟ୍‌କା ଲାଗିଛି। ପୁରୁଷୋତ୍ତମପୁର ଅଞ୍ଚଳର ଯୁବନେତା ତଥା ବିଜେଡି ରାଜ୍ୟ ସମ୍ପାଦକ ତଥା ଆସିକା ସଂସଦୀୟ କ୍ଷେତ୍ର ଜୀବନବିନ୍ଦୁର ସଂଯୋଜକ ନିର୍ମଳ ଚନ୍ଦ୍ର ସାହୁ ରବିବାର ରାତିରେ ବିଜେଡିକୁ ବାଏ ବାଏ କରିଛନ୍ତି। ସେ ତାଙ୍କ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଥିବା ପ୍ରକାଶ କରିଛନ୍ତି।

ଗଞ୍ଜାମ ଜିଲାରେ ସେ ଜଣେ ଟାଣୁଆ ଯୁବନେତା ଭାବେ ନିଜ ସ୍ବତନ୍ତ୍ର ପରିଚିତ ସୃଷ୍ଟି କରିଥିଲେ। ଏପରିକି ସେ ଯୁବଗୋଷ୍ଠୀଙ୍କୁ ସକ୍ରିୟ ରଖିଥିଲେ। ସେ ଦଳ ଛାଡିଥିବାରୁ ବିଜେଡି ପାଇଁ ମହଙ୍ଗା ପଡିଛି। ଆଗାମୀ ଦିନରେ ସେ କେଉଁ ଦଳକୁ ଯିବେ ସେନେଇ ପରବର୍ତ୍ତୀ ସମୟରେ ବିଚାର କରିବି ବୋଲି ନିର୍ମଳ ପ୍ରକାଶ କରିଛନ୍ତି।

Share