Categories: ଜାତୀୟ

ପିପିଇ କିଟ୍‌ ପିନ୍ଧି ଭୋଟ ଦେଲେ ଅର୍ଥମନ୍ତ୍ରୀ- ଶକ୍ତି ମନ୍ତ୍ରୀ

ନୂଆଦିଲ୍ଲୀ,୧୮।୭: ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋମବାର ଦେଶର ଏମ୍‌ପି ଓ ବିଧାୟକମାନେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଇତିମଧ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଓ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂହ ପିପିଇ କିଟ୍‌ ପିନ୍ଧି ସଂସଦରେ ପହଞ୍ଚି ମତଦାନ କରିଥିବା ନଜର ଆସିଛନ୍ତି। ସୂଚନା ମୁତାବକ, ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ୨ଜଣ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ଅଛନ୍ତି। ତେଣୁ ସୁରକ୍ଷାକୁ ଦୃଷ୍ଟିରୁ ଏବଂ ସମସ୍ତ କୋଭିଡ ନିୟମ ପାଳନ କରିବା ସହିତ ନିର୍ମଳା ସୀତାରାମନ ଓ ଆର.କେ ସିଂହ ମତଦାନ କରିଛନ୍ତି। ଅନ୍ୟପଟେ ତାମିଲନାଡ଼ୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଓ ପନିରସେଲଭମ୍‌ଙ୍କୁ ମଧ୍ୟ ପିପିଇ କିଟ୍‌ ପିନ୍ଧି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଦେଇଥିବା ଦେଖିବାକୁ ମିଳିଛି। କାରଣ ସେ ମଧ୍ୟ କରୋନରେ ଆକ୍ରାନ୍ତ ଅଛନ୍ତି। ସୂଚନାଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନରେ ୯୯.୧୮ପ୍ରତିଶତ ମତଦାନ ହୋଇଛି। ସବୁ ସ୍ଥାନରେ ଶାନ୍ତି ଶୃଙ୍ଖଳା ସହ ରାଷ୍ଟ୍ରପତି ନିର୍ବାଚନ ଆୟୋଜିତ ହୋଇଥିଲା ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପିସି ମୋଦି ସୂଚନା ଦେଇଛନ୍ତି।

Share