Categories: ଜାତୀୟ

‘ ସେତେବେଳେ ପ୍ରଶ୍ନ ଉଠୁ ନ ଥିଲା, ଆମ ବେଳେ କାହିଁକି ’

ନୂୂଆଦିଲ୍ଲୀ,୫।୩ : ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଓ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଉପରେ ଆୟକର ବିଭାଗ (ଆଇଟି) ଚଢ଼ାଉ ସମ୍ପର୍କରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସିଥାରମଣ। ” ପ୍ରଥମତଃ ମୁଁ କୌଣସି ବ୍ୟକ୍ତି ବିଶେଷଙ୍କ ନାମ ନେଉ ନାହିଁ। କିନ୍ତୁ ବର୍ତ୍ତମାନ ଉଠୁଥିବା ନାମ ୨୦୧୩ରେ ମଧ୍ୟ ଶୁଣିବାକୁ ମିଳିଥିଲା। ସେତେବେଳେ ମଧ୍ୟ ସମାନ ବ୍ୟକ୍ତିଙ୍କ ଉପରେ ଚଢ଼ାଉ କରାଯାଇ ଥିଲା। ସେତେବେଳେ ଏହା ଉପରେ କେହି ପ୍ରଶ୍ନ ଉଠାଇ ନ ଥିଲେ। ମାତ୍ର ଏବେ ପ୍ରଶ୍ନ କରାଯାଉଛି “ ବୋଲି ସେ ଆଇଡବ୍ଲ୍ୟୁପିସିଠାରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ କହିଛନ୍ତି। ତେବେ ୨୦୧୩ରେ ବଲିଉଡ୍‌ର ସେଲବ୍ରେଟିଙ୍କ ଉପରେ ଆୟକର ବିଭାଗର ଚଢ଼ାଉର ଫଳାଫଳ ସମ୍ପର୍କରେ କିଛି ଉଲ୍ଲେଖ କରି ନ ଥିଲେ। ଉଲ୍ଲେଖଥାଉ କି, କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗ ସମାଲୋଚନା କରିଥିବା ତାପସୀ ଓ କଶ୍ୟପଙ୍କ ବାସଭବନ ସମେତ ୩୦ଟି ସ୍ଥାନରେ ଚଳିତ ମାସ ୩ ତାରିଖରେ ଆଇଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା।

Share