Categories: ଜାତୀୟ

ଯୁବବର୍ଗଙ୍କ ମୁହଁରେ ହସ ଫୁଟାଇଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୨୩।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ସର୍ବାଧିକ ଫୋକସ୍‌ ଯୁବବର୍ଗଙ୍କୁ ଦେଇଛନ୍ତି। ପ୍ରଥମ ଥର ଚାକିରି ପାଇଥିବା ଲୋକଙ୍କୁ ସରକାର ୨ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ୩୦୦ ଟଙ୍କା ଅତିରିକ୍ତ ପିଏଫ୍‌ ଦେବେ ବୋଲି ଘୋଷଣା କରିଛନ୍ତି। ଏହାସହ ସ୍ଥାନୀୟ ଅନୁଷ୍ଠାନରେ ଅଧ୍ୟୟନ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନ୍‌ସିକ୍ୟୋଡ୍‌ ଏଜୁକେଶନ୍‌ ଲୋନ୍‌ ଉପଲବ୍ଧ ହେବ। ଯୁବକମାନଙ୍କୁ ଦକ୍ଷତା ତାଲିମ ଦିଆଯିବ। ୩୦ ଲକ୍ଷ ଯୁବକ ତାଲିମ ପାଇବେ।
ଏଥିପାଇଁ ବଜେଟରେ ୨ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି। ୪.୧ କୋଟି ଯୁବକଙ୍କୁ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ପାଞ୍ଚଟି ଯୋଜନା ଆଣିବେ। ଆସନ୍ତା ୫ ବର୍ଷରେ ସରକାର ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ॥ ସରକାର ଆସନ୍ତା ୫ ବର୍ଷରେ ୧ କୋଟି ଯୁବକଙ୍କୁ ଇଣ୍ଟର୍ନସିପ ପ୍ରଦାନ କରିବେ। ଗୋଟିଏ ବର୍ଷ ଇଣ୍ଟର୍ନସିପ ସମୟରେ ପ୍ରତି ମାସରେ ୫୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ।

Share