Categories: ଜାତୀୟ

ମନମୋହନଙ୍କୁ ଟାର୍ଗେଟ କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୮ ।୨: ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଟାର୍ଗେଟ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ । ସେ କହିଛନ୍ତି ମନହୋନ ସିଂ ଦେଶକୁ ଦୁର୍ବଳ କରିଦେଇଛନ୍ତି । ଏହାସହ ତାଙ୍କ ସମୟରେ ଭିଷଣ ମହଙ୍ଗା ମାଡକୁ ନେଇ ମନମୋହନଙ୍କୁ ମନେପକାଯାଇପାରେ ବୋଲି ବି ନିର୍ମଳା କହିଛନ୍ତି । କୋଭିଡ ମହାମାରୀ ମଧ୍ୟରେ ଦେଶ ଆଗକୁ ବଢୁଥିବା ବେଳେ ରାଜନୀତି କାରଣରୁ ମନମୋହନ ଏହାକୁ ପଛକୁ ଟାଣିବାକୁ ପ୍ରୟାସ କରୁଛନ୍ତି । ମନମୋହନଙ୍କ ଉଦ୍ଦେଶ୍ୟରେ ନିର୍ମଳା ଆହୁରି ମଧ୍ୟ କହିଛନ୍ତି, ମୁଁ ଆପଣଙ୍କୁ ବହୁତ ସମ୍ମାନ କରେ, ହେଲେ ମୁଁ ଆପଣଙ୍କ ନିକଟରୁ ଏହା ଆଶା କରୁ ନଥିଲି । ତେବେ ପଞ୍ଜାବ ନିର୍ବାଚନକୁ ଆଖିଆଗରେ ରଖି ସେ ଏପରି କରୁ ନାହାନ୍ତିତ ବୋଲି ପ୍ରଶ୍ନ ଉଠାଇଛନ୍ତି ନିର୍ମଳା ।
ସୂଚନାଯୋଗ୍ୟ, ମନମୋହନ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ କହିଥିଲେ କି ଭାରତୀୟ ଜନତା ପାର୍ଟି(ଭାଜପା) ଗତ ୭ ବର୍ଷରୁ ଅଧିକ ସମୟ ଧରି ଶାସନ କ୍ଷମତାରେ ରହିଛି । ହେଲେ ଲୋକଙ୍କ ସମସ୍ୟା ନ ବୁଝି ଏବେବି ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଦୋଷୀ ବୋଲି କହୁଛି ।

Share