Categories: ଜାତୀୟ

ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା, ବ୍ୟାଙ୍କରେ ଆକାଉଣ୍ଟ ଥିଲେ ଏଣିକି…

ନୂଆଦିଲ୍ଲୀ, ୦୭।୦୮: ସେଭିଂସ୍‌ ଆକାଉଣ୍ଟ୍‌ଧାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଣିକି ଜନଧନ ଏବଂ ସାଧାରଣ ସେଭିଂସ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବାର ଆବଶ୍ୟକତା ନାହିଁ । କେବଳ ସେହି ଗ୍ରାହକଙ୍କ ଉପରେ ବ୍ୟାଙ୍କ ଦ୍ୱାରା ଜରିମାନା ଲାଗୁ କରାଯାଇଛି, ଯେଉଁମାନେ ନିଜ ଆକାଉଣ୍ଟରେ ଆବଶ୍ୟକ ପରିମାଣ ଟଙ୍କା ରଖିବାରେ ବିଫଳ ହୋଇଛନ୍ତି । ଗ୍ରାହକମାନେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ବଜାୟ ରଖି ନଥିବାରୁ ଗତ ୫ ବର୍ଷ ମଧ୍ୟରେ ସରକାରୀ କ୍ଷେତ୍ର ବ୍ୟାଙ୍କଗୁଡିକ ସଂଗ୍ରହ କରିଥିବା ୮,୫୦୦ କୋଟି ଟଙ୍କା ଜରିମାନା ବିଷୟରେ ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ଏହା କହିଛନ୍ତି। ଏପରି ପରିସ୍ଥିତିରେ, ଯଦି ଜନଧନ କିମ୍ବା ସାଧାରଣ ସଞ୍ଚୟ ଆକାଉଣ୍ଟରେ ବାଲାନ୍ସ ବଜାୟ ରଖିବା ପାଇଁ ଆପଣଙ୍କର ବ୍ୟାଙ୍କ ଚାର୍ଜ କରେ, ତେବେ ଆପଣ ଏହା ଉପରେ ଅଭିଯୋଗ କରିପାରିବେ । ଆପଣ ବ୍ୟାଙ୍କିଙ୍ଗ୍‌ ଲୋକପାଳଙ୍କ ନିକଟରେ ମଧ୍ୟ ଉକ୍ତ ବ୍ୟାଙ୍କ ବିରୋଧରେ ଅଭିଯୋଗ କରିପାରିବେ।

ସୀତାରମଣ କହିଛନ୍ତି ଯେ, ସର୍ବନିମ୍ନ ବାଲାନ୍ସ ବଜାୟ ରଖିବା ପାଇଁ ବ୍ୟାଙ୍କଗୁଡିକ କାଟୁଥିବା ରାଶିକୁ ନେଇ ଗୃହରେ ପ୍ରଶ୍ନ ଉଠାଇଛନ୍ତି ସଦସ୍ୟ। ଏହି ନିୟମ ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟ ଏବଂ ସାଧାରଣ ସଞ୍ଚୟ ଆକାଉଣ୍ଟରେ ପ୍ରଯୁଜ୍ୟ ନୁହେଁ । ଏହା କେବଳ ସେହ ଆକାଉଣ୍ଟଗୁଡ଼ିକ ପାଇଁ ପ୍ରଯୁଜ୍ୟ ଯେଉଁଥିରେ ଗ୍ରାହକମାନେ ସେମାନଙ୍କ ଆକାଉଣ୍ଟରେ ଏକ ର୍ନିଦ୍ଦିଷ୍ଟ ସର୍ବନିମ୍ନ ବାଲାନ୍ସ ବଜାୟ ରଖିବା ପାଇଁ ନିୟମ ରହିଛି । ଲୋକସଭାରେ ଅର୍ଥମନ୍ତ୍ରୀ ଏହି ଉତ୍ତର ଲିଖିତ ଭାବେ ପ୍ରଦାନ କରିଛନ୍ତି।

Share