Categories: ଜାତୀୟ

ଜ୍ୱାଇଁ ସମସ୍ତଙ୍କ ଘରେ ଅଛନ୍ତି, ହେଲେ କଂଗ୍ରେସରେ ଏହା ଏକ ବିଶେଷ ନାମ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୨ ।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର ରାଜ୍ୟ ସଭାରେ ବଜେଟକୁ ନେଇ ହେଉଥିବା ଚର୍ଚ୍ଚାର ଉତ୍ତର ଦେବାକୁ ଯାଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଏଥିପାଇଁ ସେ ‘ଦାମାଦ’ ବା ଜ୍ୱାଇଁ ଶବ୍ଦର ବ୍ୟବହାର କରିଛନ୍ତି । ସେ କହିଛନ୍ତି ମୋତେ ଲାଗୁନାହିଁ ଦାମାଦ ବା ଜ୍ୱାଇଁ ଶବ୍ଦ କଂଗ୍ରେସର ଟ୍ରେଡ ମାର୍କ । ଜ୍ୱାଇଁ ସବୁ ଘରେ ଅଛନ୍ତି ହେଲେ କଂଗ୍ରେସରେ ଏହା ଏକ ବିଶେଷ ନାମ । ଏହା ପୂର୍ବରୁ ସେ ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲେ ବିରୋଧୀ ଦଳରେ କେତେଜଣ ଅଛନ୍ତି ଯେଉଁମାନେ ଆମ ଉପରେ ଦୋଷ ଲଦିବା ସେମାନଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି । ଏହାପରେ ବି ଆମେ ଗରିବଙ୍କ ପାଇଁ କାମ କରୁଛୁ । ଦୋଷ ଦେବା ଲାଗି ମିଥ୍ୟା ନାରେଟିଭ ପ୍ରସ୍ତୁତ କରାଯାଉଛି କୁହାଯାଉଛି କି ଏ ସରକାର କେବଳ ପୁଞ୍ଜିପତିଙ୍କ ପାଇଁ କାମ କରୁଛି । ସୂଚନାଯୋଗ୍ୟ, ଫେବୃୟାରୀ ୧ରେ ଲୋକ ସଭାରେ ଅର୍ଥମନ୍ତ୍ରୀ ଆର୍ଥିକ ବର୍ଷ ୨୦୨୦-୨୧ର ବଜେଟ ଉପସ୍ଥାପନ କରିଥିଲେ । ନିୟମ ଅନୁଯାୟୀ, ଅର୍ଥମନ୍ତ୍ରୀ ଲୋକ ସଭାରେ ପ୍ରଥମେ ବଜେଟର ଚର୍ଚ୍ଚାକୁ ନେଇ ଉତ୍ତର ରଖିଥାଆନ୍ତି ଏହାପରେ ରାଜ୍ୟ ସଭାରେ । ହେଲେ ଏଥର କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ନେଇ ବିରୋଧୀଙ୍କ ବିରୋଧ ଯୋଗୁ ଲୋକ ସଭାରେ ଚର୍ଚ୍ଚା ରାଜ୍ୟ ସଭା ପରେ ହୋଇଛି ।

Share