Categories: ବାଣିଜ୍ୟ

ନିସ୍‌କୁ ଶ୍ରେଷ୍ଠ ଘରୋଇ ଶିକ୍ଷାନୁଷ୍ଠାନର ସମ୍ମାନ

ଭୁବନେଶ୍ୱର,୧୯।୪: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ନିସ୍‌କୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି। ବିଶେଷ କରି ଶିକ୍ଷା ଓ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନିସ୍‌କୁ ରାଜ୍ୟର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନର ସମ୍ମାନ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ହଜରତ ବୁଖାରୀ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଉର୍ସ ଉତ୍ସବ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିସ୍‌ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଡ. ସୁଭାଷ ନ୍ଦ୍ର ନାୟକ ଓ ସହପ୍ରତିଷ୍ଠାତା ପ୍ରଫେସର ସ୍ମୃତିସୁଧା ନାୟକଙ୍କୁ ସମ୍ବର୍ଦ୍ଧିତ କରିବା ସହ ମାନପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ। ଉକ୍ତ ଉତ୍ସବରେ ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ରାଜ୍ୟ ସଭା ସାଂସଦ ମୁଜିବୁଲା ଖଁା ଏବଂ ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀନ୍ଦନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ବିଗତ ବର୍ଷମାନଙ୍କରେ କମ୍ପ୍ୟୁଟର ସାଇନ୍‌ସ, ଆଇଟି ଓ ମ୍ୟାନେଜମେଣ୍ଟ ଭଳି ଶିକ୍ଷାକ୍ଷେତ୍ରରେ ନିସ୍‌ ଶିକ୍ଷାନୁଷ୍ଠାନର ଫଳାଫଳ ଓ ସୁନାମ ସାରା ରାଜ୍ୟରେ ରହିଛି। ଏପରିକି ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାରୁ ଅନୁଷ୍ଠାନର ପ୍ରତିଷ୍ଠାତା ଡ. ନାୟକ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସମ୍ମାନିତ ହୋଇ ଗୌରବ ଅର୍ଜନ କରିଥିବା ନିସ୍‌ର ପ୍ରଶାସନିକ ଅଧିକାରୀ ପୀତାମ୍ବର ୟନୀ ମତପ୍ରକାଶ କରିଛନ୍ତି।

Share