ଯାତ୍ରାକୁ ଆସିଲେନି ନିଶା ମହାରଣା: ଦର୍ଶକ ବୋହିନେଲେ ଚେୟାର

ପଦ୍ମପୁର,୯ା୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ବାହାବଳପୁର ପଞ୍ଚାୟତର ଏକଡାଳଠାରେ ଯାତ୍ରା ଚାଲିଥିଲା। ଗୁରୁବାର ରାତିରେ ନିଶା ମହାରଣା ଆସିବେ ବୋଲି କମିଟି ପକ୍ଷରୁ ପ୍ରଚାର କରାଯାଇଥିଲା। ହେଲେ ନିଶା ନ ଆସିବାରୁ ଦର୍ଶକ ରାଗି ଚେୟାର ସବୁ ଷ୍ଟେଜ୍‌କୁ ଫିଙ୍ଗିବା ସହ ଘରକୁ ବୋହି ନେଇଥିଲେ।

 

ଖବରପାଇ ତିହିଡ଼ି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇବା ସହ ଗଣ୍ଡଗୋଳ ନ କରିବା ପାଇଁ କହିଥିଲା। ହେଲେ ଲୋକମାନେ କିଛି ନ ଶୁଣି ଚେୟାର ବୋହି ନେଇଯାଇଥିଲେ।