Categories: ଜାତୀୟ

ମୁଁ ବ୍ରାହ୍ମଣ, ଏନକାଉଣ୍ଟର ହୋଇଯିବ କହୁଥିବା ବିଧାୟକ ଗିରଫ

ଲକ୍ଷ୍ନୌ,୧୪।୮: ଉତ୍ତରପ୍ରଦେଶର ଜ୍ଞାନପୁର ବିଧାୟକ ବିଜୟ ମିଶ୍ର ଗିରଫ ହୋଇଛନ୍ତି। ତାଙ୍କୁ ମଧ୍ୟପ୍ରଦେଶର ଆଗର ଜିଲାର ମାଲଓ୍ବାରୁ ତାଙ୍କୁ ଗିରଫ କରାଯାଇଛି। ନିକଟରେ ବିଜୟ ଏକ ଭିଡିଓ ଛାଡି ତାଙ୍କୁ ଏନକାଉଣ୍ଟର କରାଯିବା ନେଇ ଆଶଙ୍କା କରିଥିଲେ। ସୂଚନାଯୋଗ୍ୟ, ବିଧାୟକ ବିଜୟ ମିଶ୍ର ତାଙ୍କ ସ୍ତ୍ରୀ ଏବଂ ଏମ୍‌ଏଲ୍‌ସି ରାମଲଲୀ ମିଶ୍ର ତାଙ୍କ ପୁଅ ବିଷ୍ଣୁ ମିଶ୍ରଙ୍କ ନାଁରେ କୃଷ୍ଣମୋହନ ତିଓ୍ବାରୀ ମାରପିଟ୍‌ ଅଭିଯୋଗ ଆଣିଥିଲେ। ଅଗଷ୍ଟ ୮ରେ ପୋଲିସ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ମାମଲା ରୁଜୁ ହେବା ପରେ ବିଧାୟକ ଫେରାର ଥିଲେ। ଏକ ଭିଡିଓ ଜାରି କରି କହିଥିଲେ, ଜଣେ ବ୍ରାହ୍ମଣ ହୋଇଥିବାରୁ ତାଙ୍କୁ ହଇରାଣ କରାଯାଉଛି। ବ୍ରାହ୍ଣଣ ଭାବେ ମୁଁ ୪ଥର ବିଧାୟକ ହେଲିଣି ଏହାକୁ ସହି ନପାରି ମାଫିଆ ମୋତେ ହତ୍ୟା କରିବାକୁ ଚାହୁଁଛନ୍ତି ବୋଲି ସେ ଏହି ଭିଡିଓରେ କହିଛନ୍ତି।

Share