Categories: ବାଣିଜ୍ୟ

ନିଶାନ ମ୍ୟାଗ୍‌ନାଇଟ୍‌ କ୍ୟୁରୋର ଓଡ଼ିଶା ବଜାର ପ୍ରବେଶ

ଭୁବନେଶ୍ୱର,୨।୧୧: ନୂଆ ନିଶାନ ମ୍ୟାଗ୍‌ନାଇଟ୍‌ କ୍ୟୁରୋର ବୁଧବାର ଓଡ଼ିଶା ବଜାର ପ୍ରବେଶ ହୋଇଛି। ପାହାଳସ୍ଥିତ ଜାହ୍ନବୀ ନିଶାନଠାରେ ଏହି ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଏହାର ପ୍ରବେଶ କରାଯାଇଛି। କାର୍ଯ୍ୟକ୍ରମରେ ଜାହ୍ନବୀ ନିଶାନର ସେଲ୍‌ସ ଆଣ୍ଡ ଅପରେଶନର ଜେନେରାଲ ମ୍ୟାନେଜର ସୁସ୍ମିତା ପଟ୍ଟନାୟକ ଓ ସେଲ୍ସ୍‌ ମ୍ୟାନେଜିଂ ଡାଇରେକ୍ଟର ଅମିତ୍‌ ଜୈଶଓ୍ବାଲଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଏହାର ବଜାର ପ୍ରବେଶ କରାଯାଇଥିଲା। ଉସତ୍ବରେ ପାରମ୍ପରିକ ରୀତିନୀତିରେ ପୂଜାର ଆୟୋଜନ ମଧ୍ୟ କରାଯାଇଥିଲା।
ସୂଚନା ଥାଉ କି, ନିଶାନ ମ୍ୟାଗ୍‌ନାଇଟ୍‌ କ୍ୟୁରୋର ମୂଲ୍ୟ ୬ଲକ୍ଷ ଟଙ୍କାରୁ ଆରମ୍ଭ ହେଉଥିବାବେଳେ ୨ ରଙ୍ଗରେ ଉପଲବ୍ଧ ହେଉଥିବା ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଫାଇନାନ୍ସରେ କାର୍‌ କିଣିବାକୁ ଚାହୁଁଥିବା ଗ୍ରାହକ ଜାହ୍ନବୀ ନିଶାନ୍‌ ସହ ଯୋଗାଯୋଗ କରି ସହଜରେ ଫାଇନାନ୍ସ ସୁବିଧା ମଧ୍ୟ ନେଇପାରିବେ ବୋଲି ସେ କହିଛନ୍ତି।
Share