Categories: ଖେଳ

ନିଶାନ୍ତ ଚାମ୍ପିୟନ, ରାକେଶ ରନରଅପ୍‌

ଭୁବନେଶ୍ୱର, ୧୮।୯ (ତପନ ସ୍ବାଇଁ): ଭିନ୍‌ଟେଜ୍‌ କ୍ଲବ ପରିସରରେ ଅନୁଷ୍ଠିତ ୨ୟ ଆଶିଷ ପଣ୍ଡା ସ୍ମାରକୀ ଅଲ୍‌ ଓଡ଼ିଶା ସ୍ନୁକର ଚାମ୍ପିୟନଶିପ୍‌ରେ ନିଶାନ୍ତ ବିଶ୍ୱାଳ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ନିଶାନ୍ତ ୬-୪ ଫ୍ରେମ୍‌ରେ ରାକେଶ ରୋଶନ ପ୍ରଧାନଙ୍କୁ ପରାସ୍ତ କରିଛନ୍ତି। ମୁକାବିଲା ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମାତ୍ର ଶେଷରେ ନିଶାନ୍ତ ୪୬-୩୮, ୫୧-୨୮, ୨୪-୫୯, ୪୭-୫୧, ୧୯-୭୩, ୯-୫୭, ୫୭-୩୩, ୬୯-୩୦, ୫୩-୨୪, ୫୯-୨୧ରେ ବିଜୟୀ ହୋଇଥିଲେ।

ପ୍ରଥମ ସେମିଫାଇନାଲରେ ରାକେଶ ୫-୧ରେ ଅବିନାଶ ମହାପାତ୍ର ଏବଂ ଦ୍ୱିତୀୟ ସେମିରେ ନିଶାନ୍ତ ୫-୨ ଫ୍ରେମ୍‌ରେ ଶାରଦା ବେହେରାଙ୍କୁ ହରାଇ ଫାଇନାଲରେ ପହଞ୍ଚତ୍ଥିଲେ। ଉଦ୍‌ଯାପନୀ ଉତ୍ସବରେ ସପୋର୍ଟିଂ ସ୍ପୋନ୍ସରଙ୍କ ସମେତ କ୍ଲବ ମାଲିକ ଅମିୟ ନାୟକ ଓ ସତ୍ୟଦୀପ ଦାସ ଉପସ୍ଥିତ ଥିଲେ। ସ୍ବର୍ଗତ ଆଶିଷ ପଣ୍ଡାଙ୍କ ମା’ ଶୈଳବାଳା ପଣ୍ଡା ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ। ଟୁର୍ନାମେଣ୍ଟ ସଂଯୋଜକ ଗୋବିନ୍ଦ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

Share